ବାଲିଗୁଡା ରେ ତେର ଶମ୍ବୁଙ୍କର ମହାମିଳନ ହଜାର ହଜାର ଭକ୍ତ ଙ୍କ ସମାଗମ
କନ୍ଧମାଳ ---- କନ୍ଧମାଳ ଜିଲ୍ଲା ବାଲିଗୁଡା ରେ 34ତମ ବାର୍ଷିକ ତେର ଶମ୍ବୁ ଦଣ୍ଡ ଯାତ୍ରା ମହାମିଳନ ଅନୁଷ୍ଠିତ ହୋଇଯାଇଛି |ସକାଳେ ମା ପାଟଖଣ୍ଡା ମନ୍ଦିର ନିକଟରେ ବିଭିନ୍ନ ଅଞ୍ଚଳ ରୁ ଆସିଥିବା ଦଣ୍ଡ ଗୁଡିକ ରଖାଯାଇଥିଲା। ବରୁଣୀ କାର୍ଯ୍ୟ କମିଟି ପକ୍ଷରୁ କରାଯାଇଥିଲା | ଅପରାହ୍ନ ରେ ଦଣ୍ଡ ଥଳି ଗୁଡିକ ହାଟପଦା ରୁ ଜକିସାହି ପର୍ଯ୍ୟନ୍ତ ଦଣ୍ଡ ନୃତ୍ୟ ପରିବେଷଣ ହୋଇଥିଲା |ପ୍ରଥମେ ଧୂଳି ଦଣ୍ଡ, ପରେ ପାଣିଦଣ୍ଡ ସମାପ୍ତ ପରେ ସନ୍ଧ୍ୟା ରେ ବଜାର ଛକ ନିକଟରେ ତେର ଶମ୍ବୁ ମିଳନ ହୋଇଥିଲା |ବାଲିଗୁଡା ସହର ରେ ତେର ଶମ୍ବୁ ମହା ମିଳନ ଅନୁଷ୍ଠିତ ହେଇ ଥିବାରୁ ବିଭିନ୍ନ ଅଞ୍ଚଳ ରୁ ଦଣ୍ଡ ଯାତ୍ରା ଦେଖିବା ପାଇଁ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇ ଥିଲା |ଏଥିରେ ବାଲିଗୁଡା, ବାଟାଗୁଡ଼ା, ବାରଖମା,ରେବିଙ୍ଗିଆ, ଋତୁଙ୍ଗିଆ,ମେଲସିକିଆ, କତେରଭଟା, ଢାକା, କରଣ୍ଡାଗଡ଼, ଶ୍ରୀପଲ୍ହା, ଦଣ୍ଡପଦର, ସିଟୁପଡି, କାଳୀପାଙ୍ଗା, ଆଦି ଦଣ୍ଡ ଥଳି ଯୋଗ ଦେଇ ଥିଲେ | ରାତିରେ ଦଣ୍ଡ ଯାତ୍ରା ର ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ କାଳୀ ମା ଙ୍କ ପ୍ରଭା ନୃତ୍ୟ,ଶିବ ପାର୍ବତୀ, ଚଢେଇଆ,ଚଢେଇଆଣି, ସଉରା, ଭାଲୁ ନାଚ,ଯୋଗୀ ଯୋଗୀଆଣି, ବୀଣାକର ପ୍ରଭୁତି ଦଣ୍ଡ ନୃତ୍ୟ ପରିବେଷଣ ହୋଇ ଥିଲା |ଏହି କାର୍ଯ୍ୟକ୍ରମ କୁ ପଞ୍ଚୁଦଣ୍ଡ ପରିଚାଳନା ସମିତି ର ସଭାପତି ରାଜକିଶୋର ଦାସ, ସମ୍ପାଦକ ମଦନ ମୋହନ ପାଢ଼ୀ ,କୋଷଧ୍ୟକ୍ଷ ସୁରେଶ ମହାନ୍ତି , ଅଧିକାରୀ ଶିବରାମ ପ୍ରଧାନୀ , ଶ୍ରୀନିବାସ ଦୋରା , ପବିତ୍ର ପାଢ଼ୀ,ନରସିଂହ ବେହେରା ସମେତ ବିଭିନ୍ନ ଅନୁଷ୍ଠାନ ସହଯୋଗ କରିଥିଲେ | ତେର ଶମ୍ବୁ ମହା ମିଳନ ଦେଖିବା ପାଇଁ ଦଶ ହଜାର ରୁ ଉର୍ଦ୍ଧ ଲୋକଙ୍କ ସମାଗମ ହୋଇ ଥିଲା | ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜନସାଧାରଣ ଙ୍କୁ ପଣା, ବଣ୍ଟନ କରାଯାଇଥିଲା
। ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ ଶାନ୍ତି ଶୃଙ୍ଖଳା କାର୍ଯ୍ୟ ତଦାରଖ କରିଥିଲେ । କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୯/୪/୨୦୨୩----୯,୫୫ Sakhigopal News,9/4/2023