Breaking News

ଆଦର୍ଶ ପ୍ରଧାନ ଶିକ୍ଷକ ସ୍ଵର୍ଗତ ଈଶ୍ୱର ଚନ୍ଦ୍ର ପଣ୍ଡା ଙ୍କ ସ୍ମତିଚାରଣ ସଭା



 ବରଗଡ଼ ----   ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା କଲ୍ଯାଣ ମଣ୍ଡପ ଠାରେ ଅବସରପ୍ରାପ୍ତ ଶିକ୍ଷକ ସଂଘ ତରଫରୁ ସ୍ଵର୍ଗତ ଈଶ୍ବର ଚନ୍ଦ୍ର ପଣ୍ଡା ଙ୍କ ସ୍ମୁତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘ ର ସଭାପତି ରାଧାକାନ୍ତ ବାବୁ ସଭାପତିତ୍ବ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ସୁଧିର କୁମାର ଦାସ, ଭଗବାନ ପ୍ରଧାନ, ମୃତ୍ୟୁଞ୍ଜୟ କର, ଘନଶ୍ୟାମ ଚାନ୍ଦ, ରାମଜୀ ପ୍ରସାଦ ରଣା ଅତିଥି ଭାବେ ଯୋଗ ଦେଇଥିଲେ। ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶୈଳସୂତା ଶତପଥୀ, ରାମଜୀ ପ୍ରସାଦ ରଣା,ବିପିନ ସାହୁ, ସୁନୀଲ କୁମାର ଭିତିରିଆ ପ୍ରମୁଖ ସ୍ଵର୍ଗତ ଈଶ୍ବର ଚନ୍ଦ୍ର ପଣ୍ଡା ଙ୍କ ସ୍ମୁତିଚାରଣ କରି ଶିକ୍ଷକ ଜୀବନର ଆଦର୍ଶ, ସାମାଜିକ ଜୀବନଧାରା ମହନୀୟତା, କାର୍ଯ୍ୟଶୈଳୀ, ଗୁଣାବଳୀ ଅନ୍ୟ ମାନଙ୍କ ପାଇଁ ଗ୍ରହଣୀୟ, ଅନୁକରଣୀୟ ବୋଲି ଆଲୋକପାତ କରିଥିଲେ। ସ୍ଵର୍ଗତ ପଣ୍ଡା ପରିବାର ବର୍ଗ ଙ୍କୁ ଶୋକ ବାର୍ତ୍ତା ସହ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ପ୍ରଧାନ ଶିକ୍ଷକ ସନ୍ତୋଷ ସାହୁ ଓ ପ୍ରେମାନନ୍ଦ ଖମାରୀ ପରିଚାଳନା କରିଥିଲେ। ପରିଶେଷରେ ଅବସରପ୍ରାପ୍ତ ଶିକ୍ଷକ ପ୍ରେମାନନ୍ଦ  ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୯/୪/୨୦୨୩----୧୦,୧୦ Sakhigopal News 9/4/2023

Blog Archive

Popular Posts