Breaking News

କରଡାପଲ୍ଲୀ ଗାଁ ରେ ବୃଦ୍ଧଙ୍କୁ ଆକ୍ରମଣ , ଥାନାରେ ହତ୍ୟା ଅଭିଯୋଗ


 
ଭଞ୍ଜନଗର - କୌଣସି କାରଣରୁ ବୃଦ୍ଧଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ଦୁଇ ଯୁବକ । ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ଆକ୍ରମଣ କରିଥିବା ରୁ ୪ ଦିନ ଧରି ଚିକିତ୍ସିତ ପରେ ଶେଷରେ ଆହତ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଯାଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କରଡାପଲ୍ଲୀ ଗାଁ ରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ସେହି ଗାଁ ର ଶୁରେସ ବେହେରା । ମୃତକ ଙ୍କ ପୁଅ ଏନେଇ ଜଗନ୍ନାଥପ୍ରସାଦ ଥାନା ରେ ସଂପୃକ୍ତ ଯୁବକଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ପ୍ରକାରେ ଗତ ୪ ଦିନ ପୂର୍ବରୁ ଶୁରେଶ ବେହେରା ଗାଁ ରେ ଯାଉଥିବା ବେଳେ  ସେହି ଗାଁ ର ଦୁଇଜଣ ଯୁବକ ଆସି ଶୁରେସ ଙ୍କ ମୁଣ୍ଡକୁ କୌଣସି ଏକ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଆହତ ଅବସ୍ଥାରେ ଭଂଜନଗର , ବ୍ରହ୍ମପୁର ଓ କଟକ ମେଡିକାଲ ରେ ଚିକିତ୍ସିତ ହୋଇଥିଲେ।  କୌଣସି ସୁଫଳ ମିଳିନଥିଲା । ଫଳରେ ଗୁରୁତର ଆହତ ଶୁରେସ ଗାଁ କୁ ଫେରିଆସି ମୃତ୍ୟୁ ବରଣ କରିଥିଲେ । ଏ ନେଇ ଜଗନ୍ନାଥପ୍ରସାଦ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୪/୨୦୨୩----୯,୫୦ Sakhigopal News,9/4/2023

Blog Archive

Popular Posts