Breaking News

ଭେଜିପୁଟ ରେ ପଞ୍ଚୁଦଣ୍ଡ ମହାମିଳନ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ


ଭଞ୍ଜନଗର - ଭେଜୁପୁଟ ଠାରେ ଏପ୍ରିଲ ୭ତାରିଖରେ ହେବାକୁ ଥିବା ପଞ୍ଚୁଦଣ୍ଡ ଯାତ୍ରା ପାଇଁ  ଶେଷ  ପ୍ରସ୍ତୁତି ବୈଠକ ସରିଛି । ଆସନ୍ତା ଏପ୍ରିଲ ୭ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ପଞ୍ଚୁଦଣ୍ଡ ମହାମିଳନ ରେ ତନରଡା, ବେଲଗୁଣ୍ଠା , ଘୁ.ନୂଆଗାଁ ଏବଂ ନିମପଦର ଗ୍ରାମର ଦଣ୍ଡଦଳ ଅଂଶ ଗ୍ରହଣ କରିବେେ ବୋ୍ଲି   ପଞ୍ଚୁଦଣ୍ଡର କମିଟି ସଭାପତି ବିଶ୍ବନାଥ ସ୍ବାଇଁ କହିଛନ୍ତି । ପ୍ରସ୍ତୁତି କାର୍ଯ୍ୟକ୍ରମ ରେ ସଭାପତି ବିଶ୍ବନାଥ ସ୍ବାଇଁ, ଉପସଭାପତି ବୃନ୍ଦାବନ ପଲେଇ, ସମ୍ପାଦକ ବିପିନ ଭୂୟାଁ, ସହ-ସମ୍ପାଦକ ସନ୍ଦିପ୍ କୁମାର ଭୂୟାଁ, ଯୁବ ସଭାପତି ଚିଦାନନ୍ଦ ସ୍ବାଇଁ , କୋଷାଧ୍ୟକ୍ଷ - ଅଶୋକ କୁମାର ସ୍ବାଇଁ, ହାଡିବନ୍ଧୁ ଜେନା ପ୍ରମୁଖ ଯୋଗଦେଇ ଯାତ୍ରା ସୁପରିଚାଳନା ସଂକ୍ରାନ୍ତରେ ଆଲୋଚନା  କରିଥିଲେ ।  ପଞ୍ଚ ମହାଦେବ ଏବଂ କାଳୀ ଙ୍କ ମିଳନ ଠାରୁ ଆରମ୍ଭ କରି ଯାତ୍ରା ସମୟରେ କିଭଳି ଶାନ୍ତିଶୃଙ୍ଖଳା ବଜାୟ ରହିବ ସେ ସଂର୍ପକରେ ଆଲୋଚନା କରାଯାଇଥିଲା । ଶ୍ରଦ୍ଧାଳୁ ଙ୍କ ଭିଡ ସମ୍ଭାବନା କୁ ଦୃଷ୍ଟିରେ ରଖି ଗ୍ରାମ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି ।  ମା' ଦଣ୍ଡକାଳୀଙ୍କ ପଞ୍ଚୁଦଣ୍ଡ ଯାତ୍ରାର କାଯ୍ୟସୁଚୀ ପ୍ରକାରେ ଦଣ୍ଡବରଣ ସକାଳ ୭ଟା, ଧୂଳିଦଣ୍ଡ ୧୧.୩୦,ପାଣିଦଣ୍ଡ ୨.୦୨,ଦଣ୍ଡମିଳନ ୩.୩୩ମି, ନଗରଭ୍ରମଣ  ୪.୩୦ମି, ଆଳତୀ ସନ୍ଧ୍ୟା ୬.୪୫ମି, ପ୍ରସାଦସେବନ ରାତ୍ର୧୦.୩୦ ଏବଂ ଶେଷରେ ମାକାଳୀଙ୍କ ନାଚ ୧୧ଟା ସମୟରେ କରାଯିବ ବେଲି ପଞ୍ଚୁଦଣ୍ଡ ମହାମିଳନର ସଭାପତିଶ୍ରୀ ସ୍ବାଇଁ ସୁଚନା ଦେଇଛନ୍ତି । ଏଥି୍ରେ ଅଭିମନ୍ୟୁ ଭୂୟାଁ,ଗଙ୍ଗାଧର ନାୟକ, ଅଭିମନ୍ୟୁ ବିଷୋୟୀ,ଦୀନବନ୍ଧୁ ସ୍ବାଇଁ ,ଗୁରା ବିଷୋୟୀ, ବିଜୟ ସାହୁ ,ଅଶୋକ ନାୟକ ,କାଉନସିଲର ଉପେନ୍ଦ୍ର କୁମାର ପ୍ରଧାନଙ୍କ ସମେତ ସଭ୍ୟ ସନ୍ଧିପ୍ କୁମାର ଭୂୟାଁ , ଗାନ୍ଧୀ ରାମ ପ୍ରଧାନ, ମନୋଜ କୁମାର ନାୟକ, ଆକୁଳ ସ୍ବାଇଁ, ସପନା ସ୍ବାଇଁ,ମାର୍କଣ୍ଡ ଭୂୟାଁ, ରବିନ୍ଦ୍ର ନାୟକ, ମିଲନ ପାତ୍ର, ନାରାୟଣ ସ୍ବାଇଁ, ତ୍ରିନାଥ ଖଟେଇ, ରିଙ୍କୁ ସ୍ବାଇଁ ,ପୁରୁଷୋତ୍ତମ ବିଷୋୟୀ, ବାବୁଲା ଜେନା, ଟୁନା ଗୁରୁ ଓ ଦିଲ୍ଲିପ ଜେନା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୪/୨୦୨୩----୪,୧୦ Sakhigopal News,6/4/2023

Blog Archive

Popular Posts