ଚାରିବର୍ଷ ହୋଇଗଲା ରାସ୍ତା କାମ ସରୁନାହିଁ ,ଠିକାଦାରଙ୍କୁ ଡରୁଛନ୍ତି ବିଭାଗୀୟ ଅଧିକାରୀ ;ବଳି ପଡୁଛନ୍ତି ସ୍ଥାନୀୟ ଗ୍ରାମବାସି
ସାକ୍ଷୀଗୋପାଳ---- ଚାରିବର୍ଷରୁ ହୋଇଗଲା ରାସ୍ତା କାମ ସରୁନାହିଁ । ବିଧାନସଭା ନିର୍ବାଚନ ଆଗରୁ ସ୍ଥାନୀୟ ବିଧାୟକ ଏହି ରାସ୍ତା କାମର ଶୁଭ ଦେଇଥିଲେ । ଏବେ ପୁଣି ବିଧାନସଭା ଆସିବାକୁ ବସିଲାଣି ମାତ୍ର ରାସ୍ତା କାମ ସରୁନାହିଁ । ଏହି ରାସ୍ତା ଟି ଗ୍ରାମ୍ୟ ନିର୍ମାଣ ଅନୁଖଣ୍ଡ ସାକ୍ଷୀଗୋପାଳ ଅଧିନରେ ରହିଛି । ବିଶେଷ ସୁତ୍ରରୁ ଜଣାପଡିଛି ଯେ ଉକ୍ତ କାମ ନେଇଥିବା ଠିକାଦାରଙ୍କ ସହିତ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦିକା ଥବାରୁ ଚାରିବର୍ଷ ହୋଇଗଲା ରାସ୍ତା କାମ ସରୁନାହିଁ । ଯାହା ଫଳରେକି ସ୍ଥାନୀୟ ବାରଘରିଆ ସାହିର ଗ୍ରାମବାସୀ ମାନେ ବିଧାୟକ, ଜିଲ୍ଲାପାଳଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ କୌଣସୁ ସୁଫଳ ନ ମିଳିବାରୁ ଶେଷରେ ନିଜ ଭାଗ୍ୟକୁ ଆଦେରି ରହିଛନ୍ତି । ଏହା ମଧ୍ୟରେ ଉକ୍ତ ରାସ୍ତା କାମର ମୂଲ୍ୟ ଦୁଇଥର ରିର୍ଭାଇଜି ହୋଇ ଠିକାଦାରକୁ ସହିଲା ଭଳି ଅର୍ଥ ବଡି ଚାଲିଛି । ମାତ୍ର ବିଭାଗୀୟ ପକ୍ଷରୁ ଠିକାଦାରଙ୍କୁ ଧାର୍ଯ୍ୟ ତାରିଖ ମଧ୍ୟରେ କାମ ଶେଷ କରିନଥିବାରୁ ଠିକାଦାରଙ୍କ ବିରୁଧରେ ନୋଟିସ ବା ତାଙ୍କ ଏଜେନ୍ସି କଳା ତାଲିକାଭୁକ୍ତ କରିବା ପରିବର୍ତ୍ତେ ବିଭାଗୀୟ ଅଧିକାରୀ ମାନେ ତାଙ୍କୁ ସପଟ କରି ଉକ୍ତ କାମର ଟଙ୍କା ବଡିଆଯାଉଛି । ଏହି ରାସ୍ତାଟି ଅଳଗୁମ ରାସ୍ତାର ନୂଆସମେଶ୍ୱରପୁର ଗ୍ରାମ ନିକଟରୁ ବାରଘରିଆ ସାହିକୁ ରାସ୍ତା ରହିଛି । ଏବେ ମେଣ୍ଟାଲ ହୋଇ ରାସ୍ତା ପଡିଛି । ପିଚୁ କେବେ ହେବ ତାହା କେବଳ ବିଭାଗୀୟ ଅଧିକାରି କହିପାରିବେ ବୋଲି ସ୍ଥାନୀୟ ଲୋକମାନେ କହନ୍ତି । ବିଧାୟକ ରାସ୍ତା ପାଇଁ କରିଥିବା ଶିଳାନ୍ୟାସର ଫଳକ ଭାଙ୍ଗି ଦିଆଯାଇଛି । ଅନ୍ୟ ପକ୍ଷେ ଏହି ରାସ୍ତାରେ ବିଭାଗ ପକ୍ଷରୁ କାମ କେବେ ସରିବ କେତେ ଟଙ୍କାର ତାର କୌଣସି ସୂଚନା ନାହିଁ । ସେ ଯାହା କିଛି ହେଉନା କାହିଁକି ତୁରନ୍ତ ଏହି ରାସ୍ତା କାମ ଶେଷ କରିବା ପାଇଁ ବାରଘରିଆ ସାହିର ଗ୍ରାମବାସୀ ମାନେ ୫ଟି ସଚିବଙ୍କୁ ନିବଦେନ କରିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୪/୨୦୨୩----୭,୧୦ Sakhigopal News, 6/4/2023