Breaking News

ଶହେ ଗ୍ରାମ ଧଳାଜହର ଜବତ, ଯୁବକ ଗିରଫ


  ପୁରୀ ---ପୁରୀ ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ କୋଣାର୍କ ବଜ଼ାରସ୍ଥିତ ଯାତ୍ରୀ ନିବାସ ନିକଟ ମୁଖ୍ୟ ରାସ୍ତାରେ ଚଢ଼ାଉ କରିଥିଲେ। ସେଠାରୁ ଅଜୟ ନାଏକ , ବୟସ -45 ଯୁବକ  ନିଶା ଚୋରା ଚାଲାଣରେ ବ୍ୟବହୃତ କରିଥିବା HONDA DIO, DX Scooty No-OD 02 CF 3285 ସହ  ତାଙ୍କ ନିକଟରୁ 100 ଗ୍ରାମ ବ୍ରାଉନ ସୁଗାର (ହେରୋଇନ )ଜବତ କରିଛନ୍ତି । କୋଣାର୍କ ଅବକାରୀ ଥାନା କେସ ନଂ :- 01/23-24ରେ ଏକ ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ-କlରାଗIରକୁ ପଠାଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 10,00000 (ଦଶ ଲକ୍ଷ)ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି। ଏହି ଚଢ଼ାଉରେ ଅବକାରୀ ASI-ଶ୍ରୀ ଲୋକନାଥ ପାତ୍ର,Staff- ବିଶ୍ୱଜିତ ମହାପାତ୍ର, ପ୍ରବୀଣ ବିରାଜ କିରୋ, ସ୍ଵାଗତିକା ଘଡେଇ,ଶେଖ ୱାରିସ ପ୍ରମୁଖ ସାମିଲ ଥିଲେ । ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୪/୨୦୨୩। Sakhigopal News,5/4/2023

Blog Archive

Popular Posts