Breaking News

ରେମଣ୍ଡା ଠାରେ ଓଦା ଶୁଖିଲା ପଦ୍ଧତି ରେ ଧାନ ଚାଷ ସମ୍ବନ୍ଧରେ ତାଲିମ ଶିବିର


 
 
ବରଗଡ଼। --- ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ରେମଣ୍ଡା ପଞ୍ଚାୟତ କାର୍ଯ୍ୟାଳୟଠାରେ ସ୍ଥାନୀୟ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ଓ କୋର୍ କାର୍ବନ୍ ଏକ୍ସ୍ ସୋଲୁସନ୍ ପ୍ରାଇଭେଟ୍ ଲିମିଟେଡ ( ସିସିଏକ୍ସ ) ର ମିଳିତ ଆନୁକୂଲ୍ୟ ରେ ଓଦା ଶୁଖିଲା ପଦ୍ଧତି ରେ ଧାନଚାଷ ସମ୍ବନ୍ଧରେ ଏକ ଗ୍ରାମ୍ୟ ସ୍ତରୀୟ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ  ଉଦ୍ଧବ ବାରିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା ଓ ପର୍ଯ୍ୟାଲୋଚନା କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସିସିଏକ୍ସ ର ପ୍ରକଳ୍ପ ଚିରନ୍ତନ ଧାନ ଉଦପାଦନ ଯୋଜନା ର ଓଦା ଶୁଖିଲା ପଦ୍ଧତି ରେ ଧାନ ଚାଷ ସମ୍ବନ୍ଧରେ  ସୁବୋଧ କୁମାର ସାହୁ ମହାଶକ୍ତି ଫାଉଣ୍ଡେସନ ର ପ୍ରକଳ୍ପ ମୁଖ୍ୟ ତାଲିମ୍ ପ୍ରଦାନ କରିଥିଲେ । ଏକ ବିଲ ରେ ପରିଶେଷରେ ମହାଶକ୍ତି ଫାଉଣ୍ଡେସନ ର ପାଇପ ଲଗା ଯାଇ ଡେମୋ କରାଯାଇଥିଲା। ପରିଶେଷରେ ସ୍ଵେଚ୍ଛାସେବୀ ମୋହନ ଚନ୍ଦ୍ର ଦୋରା ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୮/୪/୨୦୨୩---୭,୧୦ Sakhigopal News,8/4/2023

Blog Archive

Popular Posts