ବଳପୁର ଗ୍ରାମ ପଞ୍ଚାୟତରେ ବିଜେଡିର ଗୋଷ୍ଠୀ କନ୍ଦଳ ସମାଧାନ କଲେ ବିଧାୟକ; ଶ୍ରୀ ସାମନ୍ତରାୟ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକର ବଳପୁର ଗ୍ରାମ ପଞ୍ଚାୟତରେ ବିଜେଡି ଦଳୀୟ କର୍ମୀ ମାନଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ପଞ୍ଚାୟତ ନିର୍ବାଚନ ଠାରୁ ଲାଗି ରହିଥିଲା ।ଯାହା ଫଳରେକି ଉକ୍ତ ପଞ୍ଚାୟତରେ ଉନ୍ନତି ମୂଳକ କାର୍ଯ୍ୟକ୍ରମରେ ବାଧା ଦେଖାଯାଇଥିଲା । ଏହାକୁ ନଜର କରି ସତ୍ôୟାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନିର୍ଦ୍ଦେଶ କ୍ରମେ ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତରାୟଙ୍କ ସଭାପତିତ୍ୱରେ ସାଗରସ୍ନାନ ମେଳଣ ପଡିଆରେ ଏକ ବିଜେଡି କର୍ମୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଉକ୍ତ ଗ୍ରାମ ପଞ୍ଚାୟତରୁ ଦୁଇ ଗୋଷ୍ଠୀର ପ୍ରାୟ ପାଞ୍ଚଶହରୁ ଅଧିକ କର୍ମୀ ମାନେ ଯୋଗ ଦେଇଥିଲେ । ଦୁଇ ଗୋଷ୍ଠୀ ମଧ୍ୟରେ କଥାକୁ ନ ଆଗେଇ ବିଧାୟକ ଶ୍ରୀ ସାମନ୍ତରାୟ ଦୁଇଜଣଙ୍କୁ ଠିଆ କରାଇ ଉପସ୍ଥିତ ଥିବା କର୍ମୀ ମାନଙ୍କ ଅଗାରେ ଶପଥ ପାଠ କରାଇଥିଲେ । ପଞ୍ଚାୟତର ଉନ୍ନତି ପାଇଁ ଓ ଲୋକମାନଙ୍କ କାମ କରିବା ପାଇଁ ପଞ୍ଚାୟତର ସରପ ଞ୍ଚ ପ୍ରାର୍ଥନୀ ପିୟଙ୍କା ପଣ୍ଡାଙ୍କ ତାଙ୍କ ପ୍ରତିନିଧି ମନୋଜ ପଣ୍ଡାଙ୍କ ସହିତ ପୂର୍ବତନ ସରପଞ୍ଚ ତ୍ରିନାଥ ମହାପାତ୍ର ହାତ ମିଳାଇଥିଲେ । ଏହି ଦୁଇଜଣ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଡିଥିଲେ ।ପଞ୍ଚାୟତ ନିର୍ବାଚନରେ ପିୟଙ୍କା ପଣ୍ଡି ବିଜୟୀ ହେବା ପରେ ତ୍ରିପାଥ ମହାପାତ୍ରଙ୍କ ସହିତ ତାଙ୍କ ସମର୍ଥକ ମଧ୍ୟରେ ମନମାଳିନ ଦେଖାଯାଇଥିଲା । ବିଧାୟକଙ୍କ ହସ୍ତକ୍ଷେପ ପରେ ଉକ୍ତ ପଞ୍ଚାୟତରେ ବିଜେଡି ଆଗ ପରି ମଜବୁତ ହୋଇ ପାରିଛି ବୋଲି କର୍ମୀ ମାନେ କହନ୍ତି । ଏହି ଗୋଷ୍ଠୀ କନ୍ଦଳ ସମାଧାନ ସମୟରେ ବିଦ୍ୟାଧର ସରପଞ୍ଚ ଦୁଶାସନ ବେହେରା, କାଦୁଆ ସରପଞ୍ଚ ଗାୟତ୍ରୀ ମହାପାତ୍ର, ବଳପୁର ପୂର୍ବତନ ସମିତ ସଭ୍ୟ କାଳିପ୍ରସାଦ ପଣ୍ଡା, ବେଣୁଧର ମହାରଣା, ଦିନେଶ ମହାପାତ୍ର, ପୀତବାସ ବେହେରା, ରୂପରାଜ ବେହେରା, ମାଧବ ଭୋଇଙ୍କ ସହିତ ଅନେକ କର୍ମୀ ଏହି ବେହଠକରେ ଯୋଗ ଦେଇଥିଷଲ । ଆଗାମୀ ବିଧାନ ସଭା ନିର୍ବାଚନ ଆଗରୁ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ଥିବା ବିଜେଡି କନ୍ଦଳର ସମାଧାନ କରାଯିବା ସହ ବିଜେଡି ଦଳକୁ ଏକ ମଜବୁତ ଦଳ ଭାବେ ଗଠନ କରାଯିବ ବୋଲି ବିଧାୟକ ଶ୍ରୀ ସାମନ୍ତରାୟ କହିଛନ୍ତି । ଦଳ ମଧ୍ୟରେ କନ୍ଦଳ ସୁଷ୍ଟି କରୁଥବା ନେତା ମାନଙ୍କୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ବିଧାୟକ କହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୪/୨୦୨୩---୭,୧୦ Sakhigopal News, 8/4/2023