ଗଞ୍ଜେଇ ଧରି ବସ୍ କୁ ଅପେକ୍ଷା କରିଥିବା ବେଳେ . ଅବକାରୀ ବିଭାଗ ର ଚଢ଼ାଉ , ଜଣେ ଗିରଫ
ଭଞ୍ଜନଗର - ଭଞ୍ଜନଗର ଥାନା ଅନ୍ତର୍ଗତ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟ ନିକଟରେ ଅବକାରୀ ବିଭାଗର ଚଢ଼ାଉ କରିଥିଲେ। ଅଖାରେ ଗଞ୍ଜେଇ ଧରି ଯାଉଥିବା ବେଳେ ଜଣେ ବୁଦ୍ଧଙ୍କୁ ଗିରଫ କରିଛି ଭଞ୍ଜନଗର ଅବକାରୀ ବିଭାଗ । ଘଟଣା ସ୍ଥଳରୁ ୬ କିଲୋ ଗଞ୍ଜେଇ ଜବତ କରିଛି । ଗିରଫ ବୁଦ୍ଧଙ୍କ ଜଣକ ହେଲେ କନ୍ଧମାଳ ଜିଲ୍ଲା,ବାଲିଗୁଡା ଥାନା ଅନ୍ତର୍ଗତ ଡିଲିକିଆ ଗ୍ରାମର ତଡି ମଲ୍ଲିକ । ଅବକାରୀ ଅଧିକ୍ଷକ ଦେବୀ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢାଉ କରାଯାଇଥିଲା ।ସୂଚନା ପ୍ରକାରେ ବାଲିଗୁଡା ଅଞ୍ଚଳରୁ ଗଞ୍ଜେଇ ଧରି ଭୁବନେଶ୍ୱର ଅଭିମୁଖେ ଯିବା ପାଇଁ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟ ନିକଟରେ ବସକୁ ଅପେକ୍ଷା କରିଥିଲେ ବୁଦ୍ଧା ଜଣକ । ଭଞ୍ଜନଗର ଅବକାରୀ ବିଭାଗ ଅଧିକାରୀ ଅଲ୍ଲିଭା ମାଝି ସମେତ କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ବେଳେ କୈଣସି ସୁତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି , ସଂପୃକ୍ତ ବୁଦ୍ଧ ଙ୍କୁ ଗିରଫ କରିଥିଲା । ଧରିଥିବା ଗଞ୍ଜେଇକୁ ଜବତ କରିଥିଲା ଅବକାରୀ ଟିମ୍ । ଗିରଫ ଅଭିଯୁକ୍ତ ବୁଦ୍ଧଙ୍କୁ ଅବକାରୀ ଥାନା କେସନଂ ୧/୨୩-୨୪ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଭଞ୍ଜନଗର ଅବକାରୀ ଅଧିକାରୀ ଅଲ୍ଲିଭା ମାଝି ସୁଚନା ଦେଇଛନ୍ତି । ଚଢାଉରେ ଏଏସଆଇ ନିରଞ୍ଜନ ବେହେରା ,ସନାତନ ନାହକ,ସୁବଳ ପ୍ରଧାନ, କୃଷ୍ଣଚନ୍ଦ୍ର ସେଠୀ, ଜଗନ୍ନାଥ ମହାପାତ୍ର ଓ ସ୍ବାଧୀନ ସାହୁ ପ୍ରମୁଖ ସାମିଲ ହୋଇଥିଲେ। ।ଅବକାରୀ ଅଧିକାରୀ ଶ୍ରୀମତୀ ମାଝି କହିଛନ୍ତି ଏହି ଚଢାଉ ଜାରି ରହିବା ଦ୍ବାରା ବେଆଇନ ଭାବେ ରନ୍ଧାମଦ ସହ ଚେରାରେ ଚାଲାଣ ହେଇଥିବା ମଦକୁ ରୋକି ହେଇପାରିବ ବୋଲି ସୁଚନା ଦେଇଛନ୍ତି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୮/୪/୨୦୨୩----୮,୪୫ Sakhigopal News,8/4/2023