ପାରିବାରିକ ଅସନ୍ତୋଷ କୁ ନେଇ ଧାରୁଆ ଅସ୍ତ୍ରରେ ଆକ୍ରମଣ , ୩ ଆହତ
ଭଞ୍ଜନଗର - ପାରିବାରିକ ଅସନ୍ତୋଷ କୁ କେନ୍ଦ୍ରକରି , ଗୋଟିଏ ପରିବାରର ଲୋକଙ୍କ ମଧ୍ୟରେ ଧାରୁଆ ଅସ୍ତ୍ର ଧରି ଆକ୍ରମଣ ଓ ପ୍ରତି ଆକ୍ରମଣ । ଫଳରେ ସଂପୃକ୍ତ ପରିବାର ର ୩ ଜଣ ଆହତ ହୋଇ ମେଡିକାଲ ରେ ଚିକିତ୍ସା ହୋଇଛନ୍ତି । ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଆମ୍ବପୁଆ ଗାଁ ରେ ଘଟିଛି ଏଭଳି ଘଟଣା । ଆହତ ମାନେ ହେଲେ ଭଗବାନ ସାହୁ , ତାଙ୍କ ପୁଅ କର୍ପୁର ସାହୁ ଏବଂ ଝିଅ କସ୍ତୁରୀ ସାହୁ । ସୂଚନା ପ୍ରକାରେ କୌଣସି କାରଣରୁ ଉଭୟ ବାପା , ପୁଅ ଓ ଝିଅ ଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରିସ୍ଥିତି ଏଭଳି ହେଲା , ଉଭୟଙ୍କ ମଧ୍ୟରେ ମାରଣାସ୍ତ୍ର ଧରି ଆକ୍ରମଣ ଓ ପ୍ରତିଆକ୍ରମଣ ହେଲା । ସମସ୍ତଙ୍କୁ ଆହତ ଅବସ୍ଥାରେ ଉଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୪/୨୦୨୩---୯,୪୫ Sakhigopal News,9/4/2023