Breaking News

ଦୋକାନ ବାରଣ୍ଡାରୁ , ବିଧବା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

 
 
ଭଞ୍ଜନଗର - ମୁଖ୍ୟ ରାସ୍ତାକଡରେ ଥିବା ଏକ ଦୋକାନ ବାରଣ୍ଡାରୁ ଜଣେ ବିଧବା ମହିଳାଙ୍କ ଝୁଲନ୍ତା ମୃତଦେହ ଉଧାର କରିଛି ସ୍ଥାନୀୟ ପୋଲିସ । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ସହରର ମୁଖ୍ୟ ରାସ୍ତା ବଜାର ନିକଟରେ ଘଟିଛି ଏଭଳି ଘଟଣା । ମୃତ ମହିଳା ଜଣକ ତାରାସିଙ୍ଗି ଥାନା ଅନ୍ତର୍ଗତ ଗେରେଡା ଗାଁ ର ବିବାସିନୀ ବେହେରା । ଶନିବାର ରାତିରେ ବେଲଗୁଣ୍ଠା କୁ ପଞ୍ଚୁଦଣ୍ଡ ଯାତ୍ରା ଦେଖିବାକୁ ଆସିଥିଲେ । ସକାଳୁ ତାଙ୍କର ମୃତଦେହ ଦୋକାନ ବାରଣ୍ଡାରେ ଝୁଲି ରହିଥିବା ସୂଚନା ପାଇ , ବେଲଗୁଣ୍ଠା ଥାନା ପୋଲିସ ମୃତ ଦେହକୁ ଉଧାର କରିଥିଲା । ପରେ ତାଙ୍କ ପରିଚୟ ଜଣା ପଡ଼ିବା ପରେ ପରିବାର ଲୋକେ ପହଞ୍ଚିଥିଲେ । ମୃତ ଦେହକୁ ଜବତ ପରେ , ଭଂଜନଗର ବ୍ୟବଛେଦ ପାଇଁ ପଠାଇଥିଲା ପୋଲିସ । କିଛି ବର୍ଷ ପୂର୍ବରୁ ,ବିବାସିନୀ ଙ୍କ ସ୍ବାମୀ ସନ୍ତୋଷ ବେହେରା ଏବଂ ଏକମାତ୍ର ଝିଅର ମୃତ୍ୟୁ ହୋଇଥିଲା । ସେ ଏକାକୀ ଗେରେଡା ଗାଁରେ ରହି ଅଙ୍ଗନବାଡ଼ି କେନ୍ଦ୍ରରେ ପାଚିକା ସହାୟିକା ଭାବେ କାମ କରୁଥିଲେ । ତେବେ ପାରିପାର୍ଶ୍ବିକ ଅବସ୍ଥା ପ୍ରକାରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ , ଥାନା ରେ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ବେଲଗୁଣ୍ଠା ଥାନା ପୋଲିସ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୩/୨୦୨୩---୯,୪୫ Sakhigopal News,9/4/2023

Blog Archive

Popular Posts