ଅବ୍ୟବସ୍ଥା ଭିତରେ ରହିଛି ଜଟଣୀ ଅଦାଲତ
ଜଟଣୀ --ଜଟଣୀ ଜନସାଧାରଣଙ୍କ ଆପ୍ରାଣ ଉଦ୍ୟମ ଫଳରେ ଜନସାଧାରଣଙ୍କ ବହୁ ଦିନର ଆଶା ଆକ୍ଷାଙ୍କାକୁ ଦୃଷ୍ଟିରେ ରଖି ଓଡିଶା ସରକାର ଗତ ୧୪/୯/୨୧ ମସିହାରେ ସ୍ଥାନୀୟ ଗାନ୍ଧୀପାର୍କ ନିକଟରେ କନିଷ୍ଠ ଦେୱାନୀ ଜଜ ଏବଂ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜି ଷ୍ଟ୍ରେଟଙ୍କ ଅଦାଲତ ପ୍ରତିଷ୍ଠା କଲେ l କିନ୍ତୁ ବିଭିନ୍ନ କ୍ଷେତ୍ରରେ ଜନସାଧାରଣ ଅନେକ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେବାର ଦୃଷ୍ଟି ଗୋଚର ହୁଏ l କାରଣ ଜଟଣୀ ଅଦାଲତରେ ପ୍ରତ୍ୟକ୍ଷ ଭାବରେ ନିୟନ୍ତ୍ରିତ (online) ମାମଲାର ବ୍ୟବସ୍ଥା ନାହିଁ । ଯେଉଁଥିପାଇଁ ମାମଲା ଶୁଣାଣୀ ତାରିଖ ଗୁଡିକ ଜାଣିବାରେ ବାଧା ସୃଷ୍ଟି ହେଉଛି l ଅଦାଲତର ପେସ୍କାର, ଚିରସ୍ତାଦାର ଏବଂ ପ୍ରସେସ ସର୍ଭର କର୍ମଚାରୀ ମାନେ ମୁଦାଲା, ବାଦୀ ପ୍ରତିବାଦୀ ମାନଙ୍କୁ ଓ ତାଙ୍କର ଓକିଲ ମହକିଲ ତଥା ସମ୍ପର୍କୀୟ ମାନଙ୍କୁ ସଠିକ ସୂଚନା ଦେବାରେ ବିଳମ୍ବ ଘଟୁଛି । ସଠିକ ତଥ୍ୟ ଦେଉ ନ ଥିବାରୁ ମାମଲା ତାରିଖ ଲମ୍ବା ସମୟ ଦେଇ ଗତି କରୁଛି l ଆଉ କେତକ ମାମଲାର ସଠିକ ସୂଚନା ନ ମିଳୁଥିବାରୁ ପକ୍ଷ ମାନେ ଠିକ ତାରିଖରେ ଅଦାଲତରେ ହାଜର ନ ହେବା ଫଳରେ ମାମଲା ବିଚାର ନ ହୋଇ ଖାରଜ ହୋଇଯାଉଛି l ଫଳରେ ପକ୍ଷମାନେ ଅଧିକ ଖର୍ଚ୍ଚାନ୍ତି ଏବଂ ନିରାଶ ହେଉଛନ୍ତି l କେତକ ଦେବାନୀ ମାମଲା ଆପୋଷ ସମାଧାନ ହୋଇଥିଲେ ମଧ୍ୟ ତା'ର ଫଇସଲା ନ ହୋଇ ମାମଲା ଗଡି ଚାଲିଛି l କ୍ରିମିନାଲ ମାମଲାରେ ଅପରାଧୀ ମାନଙ୍କୁ କୋହଳ ଦଫା ଲଗାଇ ମାମଲା ଦାୟର ହେଉଥୁବାରୁ ଆସାମୀ ମାନେ ସୁବିଧାରେ ଅଦାଲତରୁ ଖସି ଆସି ପୁନର୍ବାର ସେହି କାର୍ଯ୍ୟରେ ଲିପ୍ତ ରହୁଛନ୍ତି l ଜଟଣୀରେ ଅଦାଲତ ହେବା ଫଳରେ ଭୁବନେଶ୍ୱର ଅଦାଲତର ଦେବାନୀ ଏବଂ ଫୌଜଦାରୀ ମାମଲା ଜଟଣୀ ଅଦାଲତକୁ ସ୍ଥାନାନ୍ତରିତ କରାଗଲା l ଭୁବନେଶ୍ୱରର କିଛି ମାମଲା ଯାହାକି ଯେଉଁ ସ୍ଥାନାନ୍ତରିତ ହୋଇଯାଇଛି ତାହା ଭୁବନେଶ୍ୱର ଅଦାଲତରେ ଅନଲାଇନରେ ଦର୍ଶାଉଥିବା ବେଳେ ଜଟଣୀ ଅଦାଲତରେ ସେହି ମାମଲା ଡିସମିସ ହୋଇଯାଇଥିବା ବେଳେ ପକ୍ଷ ମାନଙ୍କ ପାଖରେ କୌଣସି ସଠିକ ତଥ୍ୟର ସୂଚନା ନଥାଏ l ଜଟଣୀ ଅଦାଲତରେ ଆଉ ଏକ ବ୍ୟତିକ୍ରମ ହେଲା କାର୍ଯ୍ୟ କରୁଥିବା କର୍ମଚାରୀମାନେ ଅନେକ ସମୟ ବିଳମ୍ବରେ ଆସିବା ଫଳରେ ସଠିକ କାର୍ଯ୍ୟ ହୋଇପାରୁନାହିଁ ତେଣୁ ଏଠାରେ ଉଚ୍ଚ କତୃପକ୍ଷଙ୍କ ଦ୍ୱାରା "ବାୟୋ ମେଟ୍ରିକ 'ର ବ୍ୟବସ୍ଥା ହେବାପାଇଁ ସାଧାରଣରେ ଦାବି ହେଉଛି l ଅଦାଲତର ପ୍ରତ୍ୟକ କଠୋରୀ ପରିସର ଭିତର ଏବଂ ବାହାରେ ସିସିଟିଭି ର ବ୍ୟବସ୍ଥା କରାଯାଉ l ବର୍ତ୍ତମାନ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅଦାଲତ ମଧ୍ୟରେ ଥଣ୍ଡା ପାନୀୟ ବ୍ୟବସ୍ଥା କରାଯାଉ। ଏବଂ ଜନସାଧାରଣ ନିମନ୍ତେ ଏକ ବିଶ୍ରାମ ଗୃହର ବ୍ୟବସ୍ଥା କରାଯାଉ l ବିଭାଗୀୟ କତୃପକ୍ଷ ଜନସାଧାରଣଙ୍କ ହିତରେ ସ୍ଥାନୀୟ ଅଦାଲତ କିପରି କାର୍ଯ୍ୟକାରୀ ହେବ ସେଥି ପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀମାନେ କହିଛନ୍ତି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୫/୪/୨୦୨୩----୧୦,୫୫ Sakhigopal News,5/4/2023