ପୁରୁଣା ଓ୍ବାରେଣ୍ଟ ବଳରେ ୨ ଗିରଫ
ଭଞ୍ଜନଗର--ତାରସିଂ ଥାନା ଅନ୍ତର୍ଗତ ୨ଟି ଗ୍ରାମର ପୁରୁଣା ଓ୍ବାରେଣ୍ଟ ବଳରେ ତାରସିଂ ପୁଲିସ ୨ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶଙ୍କ ଠାରୁ ସୁଚନା ମିଳିଛି । ଅଭିଯୁକ୍ତ ମାନେ ହେଲେ ଗାଲେରୀ ଫାଣ୍ଡି ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମର ରଙ୍କନିଧି ନାୟକ କରଡାବଣୀ ଗ୍ରାମର ବାବୁଲା ନାୟକ ।ଖବର ନେବାରେ ନୂଆଁପଲ୍ଲୀ ଗ୍ରାମର ରଙ୍କନିଧି ୨୦୦୬ ମସିଆରେ ଧର୍ଷଣ ମାମଲାରେ ତାରସିଂ ପୁଲସି ଗିରଫ କରି କୋର୍ଟ ଚାଲାଣ କରିଥିଲେ। ପରେ ବିଚାରପତିଙ୍କ ନିଦ୍ଧେର୍ଶ କ୍ରମେ ବେଲରେ ଆସିଥିବା ପରେ ସେହି ଦିନ ଠାରୁ ରଙ୍କନିଧି କୋର୍ଟର ନିଦ୍ଧେର୍ଶକୁ ଅମାନ୍ୟ କରି ବୁଲୁଥିଲେ। ବିଚାର ସମୟରେ ସହଯୋଗ କରିନଥିବାରୁ ବିଚାରପତି ଗିରଫ ପରବାନାଜାରି କରିଥିଲେ ।କେର୍ଟର ନିଦ୍ଧେର୍ଶକୁ ପାଳନ କରି ରଙ୍କନିଧି ତାରସିଂ ପୁଲିସ ଗିରଫ କରିଛି।ସେହିପରି କରଡାବଣୀ ଗ୍ରାମର ବାବୁଲା ୨୦୧୪ ରେ ଗଣ୍ଡଗୋଳ ଓ୨୦୧୬ରେ ଅପହରଣ ମାମଲାରେ ତାରସିଂ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ କିଛି ଦିନ ପରେ ବିଚାରପତିଙ୍କ ନିଦ୍ଧେର୍ଶପରେ ଜାମିନରେ ଆସିବା ପରେ ବିଚାରପତିଙ୍କୁ ୨ଟି ମାମଲାରେ ସହଯୋଗ କରିନଥିବାରୁ ବାବୁଲା ଙ୍କ ବିରୁଦ୍ଧରେ ଗିରଫପରଓ୍ବାନ ଜାରି କରିଥିଲେ। ତାରସିଂ ପୁଲିସ ନିଦ୍ଧେର୍ଶକୁମାନି ବାବୁଲାକୁ ଗିରଫ କରିଥିବା ତାରସିଂ ଥାନା ଅଧିକାରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୮/୪/୨୦୨୩----୧୦,୨୫ Sakhigopal News,8/4/2023