Breaking News

ଶୂନ୍ୟ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ସପ୍ତାହ ପାଳନ


 
କୁଜଙ୍ଗ, ----:  କୁଜଙ୍ଗ ବ୍ଳକ ଅନ୍ତର୍ଗତ ରାହାମା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ରାହାମା ସଭାଗୃହ ଠାରେ ଶୂନ୍ୟ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ସପ୍ତାହ ପାଳନ ଅନୁଷ୍ଠିତ ହୋଇଯାଇଛି।  ଜିଲ୍ଲା ଆଞ୍ଚଳିକ ପରିବହନ ପ୍ରାଧିକରଣ ଆନୁକୂଲ୍ୟରେ ଓ ମଦର ଟେରେସା ଫାଉଣ୍ଡେସନ ଜିଲ୍ଲା ଶାଖାର  ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ‌। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ନିର୍ମଳ ମହାନ୍ତି ଯୋଗଦେବା ସହିତ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ତିର୍ତ୍ତଲ ପ୍ରଶାନ୍ତ କୁମାର ମାଝୀ ସ୍ୱତନ୍ତ୍ର ଅତିଥିଭାବେ ଯୋଗଦେଇ ରାଜ୍ୟ ସରକାର ଓ କେନ୍ଦ୍ରସରକାରଙ୍କ ଶୁନ୍ୟ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ କିପରି ରୋକା ଯାଇ ପାରିବ ସେ ନେଇ ଆଲୋଚନା ହୋଇଥିଲା ।  ସ୍ବେଛାସେବୀ, ଗାଡି ଚାଳକ, ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ବିଭିନ୍ନ ସ୍ବେଛାସେବୀ ସଂଗଠନ ତଥା ବିଭିନ୍ନ ମୋଟର ଚାଳକ ସଂଘର କର୍ମକର୍ତ୍ତା ଓ ସାଧାରଣ ଲୋକମାନେ ଯୋଗ ଦେବା ସହ ସଚେତନତା କରାଇଥିଲେ । ସ୍ବେଚ୍ଛାସେବୀ ଅନୁଷ୍ଠାନ ଶ୍ରଦ୍ଧା ର ସ୍ବେଚ୍ଛାସେବୀ ମାନଙ୍କ ଦ୍ୱାରା ଦୁର୍ଘଟଣା ସ୍ଥଳରେ କିପରି ସଡକ ଦୁର୍ଘଟଣା ସମୟରେ ଏକ ନିରୀହ ଜୀବନ ରକ୍ଷା କରାଯାଇ ପାରିବ ସେନେଇ ଡେମୋ ପ୍ରଦର୍ଶନ କରାଯାଇଥିଲା।  କାର୍ଯ୍ୟକ୍ରମ ରେ ମଦର ଟେରେସା ଫାଉଣ୍ଡେସନ ର ରାଜ୍ୟ ଅଧ୍ୟକ୍ଷ ସମାଜସେବୀ ଡକ୍ଟର ସୁନାକର ବେହେରା ଅଧ୍ୟକ୍ଷତା କରିଥିଲେ । ଆଞ୍ଚଳିକ ପରିବହନ ବିଭାଗର ଶୂନ୍ୟ ସଡକ ଦୁର୍ଘଟଣା ମୃତ୍ୟୁ ସପ୍ତାହ ସଚେତନତା ସାରା ଜିଲାରେ ବେଶ ଉପାଦେୟ ହେବା ସହ ନିଶ୍ଚିତ ଭାବେ ଦୁର୍ଘଟଣା ଜନିତ ମୃତ୍ୟୁ ହାର ରୋକା ଯାଇପାରିବ।ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ସଭ୍ୟ ରବିନାରାୟଣ ସାହୂ,ପ୍ରମୋଦ କୁମାର ସ୍ବାଇଁ, ତାଳପଡା ସରପଞ୍ଚ ଦମୟନ୍ତୀ ଲେଙ୍କା,ବ୍ୟାସ ଫାଉଣ୍ଡେସନ ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ, ପୋତାନଇ ସରପଞ୍ଚ ବ୍ରଜ କିଶୋର ମହାରାଜ,ବରିଷ୍ଠ ଶିକ୍ଷକ ବିନୋଦ କୁମାର ମୁଦୁଲି, ୟୁନିକ ସାଇନ୍ସ ଏକାଡେମୀ ନିର୍ଦେଶକ ନଳିନୀ କାନ୍ତ ବରାଳ,ଶ୍ରଦ୍ଧା ସ୍ବେଚ୍ଛାସେବୀ ସଂଗଠନ ନିର୍ଦେଶକ ଜ୍ୟୋତି ରଂଜନ ବାରିକ, ଯୋଗ ଦେଇ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ କୁ କିପରି ରୋକା ଯାଇ ପାରିବ ସେନେଇ ମତବ୍ୟକ୍ତ କରିଥିଲେ। ମାଷ୍ଟର ଟ୍ରେନର ଭାବେ ବିକ୍ରମ କିଶୋର ମହାନ୍ତି ଓ ଉମାକାନ୍ତ ସାର ପ୍ରଶିକ୍ଷଣ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ କୁ ଓଡିଶା ମୋଟର ଚାଳକ ସଙ୍ଘ ରାହାମା ଶାଖା ର କର୍ମକର୍ତ୍ତା ମାନେ ପରିଚାଳନା ରେ ସହାୟତା କରିଥିଲେ। କୁଜଙ୍ଗରୁ ମଳୟ କୁମାର ମହାପାତ୍ରଙ୍କ ରିପୋର୍ଟ,୮/୪/୨୦୨୩---୮,୪୫ Sakhigopal News,8/4/2023

Blog Archive

Popular Posts