Breaking News

ଉତ୍କଳ ଗୌରବ ମଧୁସୂଦନ ସାଂସ୍କୃତିକ ପରିଷଦ ପକ୍ଷରୁ ସତ୍ୟବାଦୀର ଐତିହ୍ୟ ଗ୍ରାମ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠରେ ଆଲୋଚନା ଚକ୍ର

 




ସାକ୍ଷୀଗୋପାଳ ---- ଉତ୍କଳ ଗୌରବ ମଧୁସୂଦନ ସାଂସ୍କୃତିକ ପରିଷଦ ବାଲେଶ୍ୱର ପକ୍ଷରୁ ସତ୍ୟବାଦୀର ଐତିହ୍ୟ ଗ୍ରାମ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ପୀଠ ପରିଦର୍ଶନ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଦାସଙ୍କ କୁଳଦେବତା ବିନୋଦବିହାରୀଙ୍କ ମନ୍ଦିର ନିକଟରେ ଏକ ଆଲେଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଓଡିଶାର ଏହି ଦୁଇଜଣ ସେମାନଙ୍କ ନାମ ଆଗରୁ ଜଣଙ୍କର ଉତ୍କଳ ଗୌରବ ଲେଖା ହେଉଥିବା ବେଳେ ଅନ୍ୟ ଜଣେ ଉତ୍କଳମଣି ବୋଲି ଲେଖାଯାଉଛି । ଏହି ଦୁଇଜଣ ଆମ ଭାଷା ପାଇଁ ତାଙ୍କ ଜୀବନ ତ୍ୟାଗ କରିଛନ୍ତି । ଓଡିଆ ଭାଷା କିପରି ବଞ୍ଚିରହିବ ସେଥି ପାଇଁ ସେମାନେ ସବୁ ବେଳେ ଉଦ୍ଦ୍ୟମ ଜାରି ରଖିଥଲେ । ଏମାନଙ୍କ ସହିତ ଅନ୍ୟ ମହାପୁରଷ ମାନେ କିଛି କମ ନୁହନ୍ତି ବୋଲି ଆଲେଚନା ଚକ୍ରରେ ଉପସ୍ଥିତ ଥିବା ଅତିଥି ମାନେ ମତ ପ୍ରକାଶ କରିଥିଲେ ।ଶେଷରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଉତ୍କଳମଣି ନୁହନ୍ତି ସେ ବିଶ୍ୱମଣି ଭାବେ ତାଙ୍କୁ ଆମକୁ ମାନିବାକୁ ପଡିବ ବୋଲି ମତ ପ୍ରକାଶ ପାଇଥିଲା ।  ଅତିଥି ମାନଙ୍କ ମଧ୍ୟରେ ଡ. ଶରି ଚନ୍ଦ୍ର ରଥ, ସୀତା ବଲ୍ଲଭ ମହାପାତ୍ର, ପୁରୁଷୋତ୍ତମ ବିଶ୍ୱାଳ, ଲକ୍ଷ୍ମୀ ନାରାୟଣ ମହାନ୍ତି, ଡ. ଉମାକାନ୍ତ ବେହେରା, ତୁଷାରକାନ୍ତି ମହାପାତ୍ର, ପ୍ରତିମା ପଣ୍ଡା, ବାସନ୍ତି ସାମଲ, ବାସନ୍ତି କର, ଇସଲାମ ଥାଇରୁଲ ହକ, ସୌରି ପରିଡା, ପ୍ରତାପ ମହାନ୍ତି, ସୁଭେନ୍ଦୁ ପଟ୍ଟନାୟକ, ବିନୋଦ କୁମାର ନାୟକ, ପ୍ରଫୁଲ ଚନ୍ଦ୍ର ମିଶ୍ର, ସଚ୍ଚିକାନ୍ତ ବିଶ୍ୱାଳ, ପର୍ଶୁରାମ ଦ୍ୱବେଦି, ରାମନାରାୟଣ ମିଶ୍ର ଯଯାତି କେଶରୀ ରାୟ ପ୍ରମୁଖ ଯୋଗ ଦେଇଥିଲେ ।ଶେଷରେ ପ୍ରଜ୍ଞାପାରମିତା ବିଶ୍ୱାଳ ଧନ୍ୟବାଦ ଦେଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୪/୨୦୨୩-----୭.୧୦    Sakhigopal News, 9/4/2023

Blog Archive

Popular Posts