ବଜ୍ରପାତରେ ଯୁବକଙ୍କ ର ମୃତ୍ୟୁ
ବରଗଡ଼---- ବରଗଡ ଜିଲ୍ଲା ଭେଡେନ ବ୍ଲକ ତାଲମେଣ୍ଡା ପଞ୍ଚାୟତ ଦେକୁଲବା ଗ୍ରାମ ଠାରେ ଗତକାଲି ଅପରାହ୍ନରେ ପଶ୍ଚିମା ଝଡ ତୋଫାନ ହେଇଥିଲା। ଏହି ସମୟରେ ଗ୍ରାମର ରୋଶନ ଭୂଏ ବୟସ ୧୮ । ଏକ ଗଛ ମୂଳରେ ଆଶ୍ରୟ ନେଇ ଥିଲେ। ହଠାତ୍ ବଜ୍ରପାତ ହେବାରୁ ଅଚେତ ଅବସ୍ଥାରେ ପଡିଯାଇଥିଲେ ରୋଶନ । , ଘରଲୋକେ ଆସି ରୋଶନକୁ ଉଦ୍ଧାର କରି ଭେଡେନ ହସ୍ପିଟାଲ ନେଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭେଡେନ ପୋଲିସ ମୈଡିକାଲରେ ପହଞ୍ଚି ମୃତ ଶରୀର କୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବରଗଡ ପଠାଇଛନ୍ତି। ଖବର ପାଇ ତାଲମେଣ୍ଡା ସରପଞ୍ଚ ଙ୍କ ପ୍ରତିନିଧି ଅଶ୍ଵିନୀ କୁମାର ଦାଶ ସହଯୋଗ କରିବା ସହ ସରକାରଙ୍କ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ପ୍ରଦାନ କରିଥିଲେ। ଭେଡେନ ତହସିଲଦାର ନେପାଳ ଚନ୍ଦ୍ର ମୁଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଦେକୁଲବା ରାଜସ୍ବ ନିରୀକ୍ଷକ ଅଧିକ ତଦନ୍ତ କରୁଛନ୍ତି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୫/୪/୨୦୨୩----୮,୪୫ Sakhigopal News,5/4/2023