Breaking News

ରାସ୍ତା ରେ ଶୂନ ଦୁର୍ଘଟଣା ମୃତ୍ୟୁ ସପ୍ତାହ ସଚେତନତା ସଭା


ଭଞ୍ଜନଗର---- ସ୍ଥାନୀୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ଘରୋଇ ବସ୍ ମାଲିକ ସଂଘ ର ମିଳିତ ସହଯୋଗରେ ଭଞ୍ଜନଗର ବସଷ୍ଟାଣ୍ଡ ଯାତ୍ରୀ ବିଶ୍ରାମାଗାର ପରିସରରେ ରାସ୍ତା ରେ ଶୂନ ଦୁର୍ଘଟଣା ମୃତ୍ୟୁ ସପ୍ତାହ ନେଇ ଏକ ସଚେତନତା ସଭା ଆୟୋଜିତ ହୋଇଯାଇଛି। ଆରଟିଓ ଶୁଭେନ୍ଦୁ ରଞ୍ଜନ ରାୟ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ  ହୋଇଥିଲା ।
 ସଭାରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଯୋଗ ଦେଇ ଜନ ସାଧାରଣଙ୍କୁ ସଚେତନ ହେଲେ ସଡକ ଦୁର୍ଘଟଣା ହ୍ରାସ ପାଇବ ଓ ସାଧାରଣ ଭାବେ ମୃତ୍ୟୁକୁ ରୋକାଯାଇ ପାରିବ ବୋଲି ଉଲ୍ଲେଖ କରିଥିଲେ। ଆୟୋଜିତ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ପରିବହନ ବିଭାଗ ଡିଟିଏମ୍ ରବିନ୍ଦ୍ର ବେହେରା, ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ସିତାଶୁଂ ଶେଖର ଶତପଥୀ, ଘରୋଇ ବସ୍ ମାଲିକ ସଂଘ ସଂପାଦକ ବିପ୍ର ଚରଣ ବାରିକ, ଉପସଭାପତି ସୁବାସ ଚନ୍ଦ୍ର ଦିହୁଡି, ସାଂସଦ ପ୍ରତିନିଧି ପଞ୍ଚାନନ ପାଳ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ, ଶୁଳପାଣି ଶତପଥୀ ପ୍ରମୁଖ ମଞ୍ଚାସୀନ ରହି ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ଏହି ଅବସରରେ ଦାଶକାଠିଆ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥିଲା। ଏଥିରେ ଘରୋଇ ବସ୍ ମାଲିକ ସଂଘ, ଡ୍ରାଇଭର ମହାସଂଘ ଓ ଉପେନ୍ଦ୍ର ଭଞ୍ଜ ଅଟୋ ଚାଳକ ସଂଘ ର ବହୁ ସଦସ୍ୟ ଯୋଗ ଦେଇ ଥିଲେ। ଶେଷରେ ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ ଚଳିତ ସପ୍ତାହକୁ ଶୂନ ବିପତ୍ତି ଦୁର୍ଘଟଣା ମୃତ୍ୟୁ ସପ୍ତାହ ଭାବେ ପାଳନ କରାଯିବାରେ ସରକାର ଙ୍କ ଏକମାତ୍ର ଲକ୍ଷ୍ୟ ହେଲା ସଡକ ଦୁର୍ଘଟଣା ହ୍ରାସ କରିବା ଓ ଦୁର୍ଘଟଣା ଜନିତ ମୃତ୍ୟୁ କମାଇବା। ଏଭଳି ଶୂନ୍ୟ ବିପତ୍ତି କେବେ କୌଣସି ପରିବାର କୁ ନଆସୁ। ଏହାଦ୍ବାରା ଅନେକ ସୁନାର ସଂସାର ଛାରଖାର ହୋଇ ଯାଉଛି। ଏଣୁ ଏହାକୁ ରୋକିବା ଆମ ସମସ୍ତଙ୍କର ଧ୍ୟେୟ ହେବା ଉଚିତ ବୋଲି ସେ ଉଲ୍ଲେଖ କରିବା ସହ ସମସ୍ତଙ୍କ ଉପସ୍ଥିତି ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର,୪/୪/୨0୨୩----୮,୪୫ Sakhigopal News,4/
4/2023

Blog Archive

Popular Posts