ରାଷ୍ଟ୍ରୀୟ ଶିକ୍ଷା ବିକାଶ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ର ୧୬ତମ ବାର୍ଷିକ ଉତ୍ସବ
ବରଗଡ଼---- ବରଗଡ ଜିଲ୍ଲା ଥୁଆପାଲି ରାଷ୍ଟ୍ରୀୟ ଶିକ୍ଷା ବିକାଶ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ର ୧୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଆଚାର୍ଯ୍ୟା ବବିତା ମେହେର ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ସଭାପତି ଅମିୟ କୁମାର ମେହେର ଅନୁଷ୍ଠିତ ସଭାରେ ସଭାପତିତ୍ବ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଭେଡେନ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଛିଦ୍ର ମଲ୍ଲିକ ଓ ସମ୍ମାନୀତ ଅତିଥି ଭାବେ ସଂକ୍ରିଡା କଷ୍ଟର ସିଆରସିସି ବିଶ୍ବଜିତ ମହାପାତ୍ର ଯୋଗଦେଇଥିଲେ ।ପ୍ରଧାନ ଆଚାର୍ଯ୍ୟ ଲତାଗିରି ନଈ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ବିଭିନ୍ନ ବିଭାଗର କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମନୀଷା ବାଗ, ଡି ବିରା ବୈଷ୍ଣବୀ, ଡିଲେଶ୍ଵର ବାଗ, ସାହିଲ ନଈ,ଲିସାରାଣୀ ଦାଶ, ଆର୍ଯ୍ୟନ ହୋତା ମାନଙ୍କୁ ଅତିଥି ଗଣ ଟ୍ରଫି ସହ ମାନପତ୍ର ପ୍ରଦାନ କରିଥିଲେ। ଏହି ଉତ୍ସବରେ ରଂଜନ ଗୁରୁଜୀ ଓ ମନୋଜ ଗୁରୁଜୀ ଙ୍କ ନିର୍ଦ୍ଦେଶନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା, ସେବକ, ସେବିକା, କାର୍ଯ୍ୟକାରୀ ସଦସ୍ୟ ଓ ଅଭିଭାବକ ଅଭିଭାବିକା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୯/୪/୨୦୨୩----୧୦୨୫ Sakhigopal News,9/4/2023