ବଜେଟ୍ ୨୦୨୩କୁ ନେଇ ବାଲିଗୁଡା ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମୀଳନି
କନ୍ଧମାଳ -କନ୍ଧମାଳ ଜିଲ୍ଲା ବାଲିଗୁଡା ପିଡ୍ଳଡି ବଙ୍ଗଳା ପରିସରରେ ବାଲିଗୁଡା ବିଜେପି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମୀଳନି ଅନୁଷ୍ଠିତ ହୋଇଯାଇଛି ।ଏହି ସାମ୍ବାଦିକ ସମ୍ମୀଳନିରେ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ବଜେଟ୍ ୨୦୨୩ ଉପରେ ଉଲ୍ଲେଖ କରିଥିଲେ । କନ୍ଧମାଳ ଜିଲ୍ଲା ଦାଇତ୍ବରେ ଥିବା ପଯ୍ୟାବେକ୍ଷକ ତେଜେଶ୍ବର ପରିଡା କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାକୁ କିଭଳି ରାଜ୍ୟ ସରକାର ନିଜ ଯୋଜନା କହି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ତାହା ଉପରେ ବର୍ଷିଥିଲେ ଶ୍ରୀ ପରିଡା ।ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ କିମ୍ବା ଅମୃତ ସରବର ଯୋଜନା କିମ୍ବା ବସୁଧା ଯୋଜନା ସବୁ କେନ୍ଦ୍ର ସରକାର ମୋଦିସରକାରଙ୍କ ଯୋଜନା କିନ୍ତୁ ଏହି ସବୁ ଯୋଜନାକୁ ରାଜ୍ୟର ନବୀନ ପଟ୍ଟନାୟକ ବିଜେଡି ସରକାର ନିଜ ଯୋଜନା କହି ଲୋକଙ୍କୁ ଭକୁଆ ବନାଉଥିବା କହିଛନ୍ତି ଶ୍ରୀ ତେଜେଶ୍ବର । ତେଣୁ ଏହି ସାମ୍ବାଦିକ ସମ୍ମୀଳନିର ସେ କହିଛନ୍ତି ଯେ କେନ୍ଦ୍ର ଦେଉଥିବା ଅନୁଦାନ କିଭଳି ଲୋକମାନଙ୍କ ପାଖକୁ ଟେଲିଭିଜନ ଓ ଖବର କାଗଜ ମାଧ୍ୟମରେ ପହଁଚି ପାରିବ ସମସ୍ତ ସାମ୍ବାଦିକ ବନ୍ଧୁକୁ ଅନୁରୋଧ କରିଛନ୍ତି ।୨୦୨୩ବଜେଟ୍ ରେ ଓଡିଶାକୁ ରାଜ୍ୟ ସରକାରଙ୍କ ଦାବୀ ମୁତାବକ ଠାରୁ ଅଧିକ ଅନୁଦାନ ଦିଆଯାଇଥିବା କହିଛନ୍ତି ।କୃଷୀ,ରେଳ, ପାନୀୟଜଳ,ଶିକ୍ଷା,ଗମନାଗମନ,ଆବାସ ଯୋଜନା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି ବଜେଟ୍ ରେ । ରେଳର ବିକାଶ ପାଇଁ ରାଜ୍ୟସରକାର ଜମି ଚିହ୍ନଟ କରିପାରୁ ନାହାଁନ୍ତି ତେଣୁ ରେଳର ବିକାଶ ହୋଇପାରୁ ନାହିଁ। ଓଡିଶାରେ ସେହିଭଳି କନ୍ଧମାଳ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ଗୁରୁତ୍ବ ଦିଆଯାଉଛି ।ଅମୃତ ସରୋବରରେ ଶ୍ରମିକମାନେ ନିଜ ଅଞ୍ଚଳରେ କାମପାଇ ରୋଜଗାର କ୍ଷମ ହୋଇପାରୁଛନ୍ତି ତେଣୁ ଜିଲ୍ଲାରେ ଦାଦନ ଶ୍ରମିକଙ୍କ ସଂଖ୍ୟା କମି ଯାଇଛି । ଆଗାମୀ ନିର୍ବାଚନରେ ଓଡିଶାରୁ ବିଜେଡି ସରକାରଙ୍କୁ ହଟାଇ ଡବଲ ଇଜିଂନ ସରକାରଙ୍କୁ ଗାଦିରେ ବସାଇବାକୁ ଓଡିଶାବାସୀଙ୍କୁ ନିବେଦନ କରିଛନ୍ତିି କନ୍ଧମାଳ ପଯ୍ୟାବେକ୍ଷକ ତେଜେଶ୍ବର ପରିଡା ।ଏହି ସାମ୍ବାଦିକ ସମ୍ମୀଳନିରେ ପଯ୍ୟାବେକ୍ଷକ ସମେତ ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ବିଜେପି ନେତା ରଂଜିତ ଚୌଧୁରୀ, ମହିଳା ନେତ୍ରୀ କୁସୁମୀ ପ୍ରଧାନ, ବରିଷ୍ଠ ବିଜେପି ନେତା ପଦ୍ମଦାସ ସମେତ ବିଜେପି କର୍ମୀମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୯/୨/୨୦୨୩----୮,୧୦ Sakhigopal News,9/2/2023