Breaking News

୧୪ ତାରିଖ ରେ ବେସରକାରୀ କଲେଜ ଶିକ୍ଷକ ସଂଘର ଜିଲ୍ଲା ସମ୍ମିଳନୀ ମେଲଛାମୁଣ୍ଡାରେ ଅନୁଷ୍ଠିତ ହେବ


 ବରଗଡ଼---- ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘ, ବରଗଡ଼ ଜିଲ୍ଲା ଶାଖା ର ସମ୍ମିଳନୀ ୧୪ ତାରିଖ ରେ ମେଲଛମୁଣ୍ଡା କନିଷ୍ଠ ମହାବିଦ୍ୟାଳୟ ରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।  ଏହି ସମ୍ମିଳନୀ ରେ ସମସ୍ତ ବର୍ଗ ର ବେସରକାରୀ କଲେଜ ଶିକ୍ଷକ ଓ କର୍ମଚାରୀ ମାନଙ୍କ ବିଭିନ୍ନ ପ୍ରକାର ର ସମସ୍ୟା ଓ ଏହାର ସମାଧାନ ପାଇଁ ବିଚାର ବିମର୍ଶ କରାଯିବ ବୋଲି ସୁଚନା ମିଳିଛି l ରାଜ୍ୟ ସଂଘ ର ଯୁଗ୍ମ ସମ୍ପାଦକ ପ୍ରାଧ୍ୟାପକ ଅଶ୍ଵିନୀ ସୂପକାର ଓ ସଂଗଠନ ସମ୍ପାଦକ ପ୍ରାଧ୍ୟାପକ ପ୍ରଣୟାନନ୍ଦ ତ୍ରିପାଠୀ ମଧ୍ୟ ଏହି ସମ୍ମିଳନୀ ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ଏହି ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀ ରେ ଜିଲ୍ଲା ର ସମସ୍ତ ବେସରକାରୀ କଲେଜ ର ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ବହୁ ସଂଖ୍ୟାରେ ଯୋଗ ଦେବାକୁ ଜିଲ୍ଲା ସଂଘ ର ସାଧାରଣ ସମ୍ପାଦକ ପ୍ରାଧ୍ୟାପକ ପ୍ରଫୁଲ୍ଲ ମିଶ୍ର, କାର୍ଯ୍ୟକାରୀ ସଭାପତି ପ୍ରାଧ୍ୟାପକ ବିଦ୍ୟାଧର ଦାଶ,ସଂଗଠନ ସମ୍ପାଦକ ପ୍ରାଧ୍ୟାପକ ସୁଦୀପ୍ତ କୁମାର ଦାଶ ତଥା ମେଲାଛାମୁଣ୍ଡା କନିଷ୍ଠ ମହାବିଦ୍ୟାଳୟ ର ଅଧ୍ୟକ୍ଷ ବିନୋଦ ବିହାରୀ ମିଶ୍ର ନିବେଦନ କରିଛନ୍ତି l ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୨/୨/୨୦୨୩---୯,୧୦ Sakhigopal News,12/2/2023

Blog Archive

Popular Posts