୧୨ ଦିନ ପରେ , ଚିକିତ୍ସାଧୀନ ଅବସ୍ଥାରେ ଜିପିଇଓ ଙ୍କ ମୃତ୍ୟୁ
ଭଞ୍ଜନଗର,---- ବିଷକ୍ରିୟା ରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଭଞ୍ଜନଗର ବ୍ଲକରୁ ବଦଳି ହୋଇଥିବା ଜିପିଇଓ । ବ୍ରହ୍ମପୁର ବଡ ମେଡିକାଲ ରେ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତ କର୍ମଚାରୀ ଜଣକ ହେଲେ ପ୍ରମୋଦ ପଟ୍ଟନାୟକ । ଭଞ୍ଜନଗର ବ୍ଳକରେ ଜିପିଇଓ ଭାବେ କାର୍ଯ୍ୟରତ ଥିବା ପ୍ରମୋଦ ଙ୍କୁ ପାତ୍ରପୁର ବଦଳି ହୋଇଥିଲା । ବଦଳି ହେବାର ଦିନକ ପରେ ଭଞ୍ଜନଗର ବ୍ଳକକୁ ଦାୟିତ୍ଵ ହସ୍ତାନ୍ତର କରିବାକୁ ଆସିଥିଲେ । ବ୍ଳକ ପରିସରରେ ସେ ବାନ୍ତି କରି ଗୁରୁତର ଅବସ୍ଥାରେ ପଡ଼ିଥିବା ବେଳେ , ବ୍ଳକ କର୍ମଚାରୀ ମାନେ ଉଦ୍ଧାର କରି ଭଞ୍ଜନଗର ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯିବା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲ କୁ ସ୍ଥାନାନ୍ତର କରାଯାଥିଲା । ପ୍ରମୋଦ ୧୨ ଦିନଧରି ସେଠାରେ ଚିକିତ୍ସିତ ହେଉଥିଲେ । ରବିବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଖବର ଭଞ୍ଜନଗର ବ୍ଲକ କାର୍ଯ୍ୟାଳୟରେ ପହଞ୍ଜିବା ପରେ ଶୋକର ଛାୟା ଖୋଳି ଯାଇଥିଲା ।ଖବର ଅନୁସାରେ , ସେ ୫ ବର୍ଷ ରୁ ଉର୍ଦ୍ଧ ସମୟ ଧରି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ବ୍ଳକର ବିଭିନ୍ନ ପଞ୍ଚାୟତ ରେ କାର୍ଯ୍ୟ କରିଥିଲେ । ପରେ ବ୍ଳକରେ ଜିପିଇଓ ପଦବୀ ଖାଲି ପଡିଥିବାରୁ ବିଡ଼ିଓ ଙ୍କ ଅନୁମୋଦନ କ୍ରମେ ସେ ଜିପିଇଓ ଦାୟିତ୍ଵ ନିର୍ବାହ କରି ଆସୁଥିଲେ । କିଛି ଦିନ ପୂର୍ବରୁ ପ୍ରଶାସନ ଆଦେଶ ପ୍ରକାରେ ତାଙ୍କୁ ପାତ୍ରପୁର ବ୍ଳକ କୁ ବଦଳି ହୋଇଥିଲା । ଗତ ୩୦/୧/୨୩ ତାରିଖରେ ଭଂଜନଗର ରୁ ରିଲିଭ୍ ହୋଇ ପାତ୍ରପୁର ଯାଇଥିଲେ । ପୁଣି ଗତ ୧ ତାରିଖରେ ଦାୟିତ୍ବ ହସ୍ତାନ୍ତର କରିବାକୁ ଭଂଜନଗର ବ୍ଳକ କୁ ଆସିଥିଲେ । ବ୍ଳକ କାର୍ଯ୍ୟାଳୟ ପରିସରରେ ହଠାତ୍ ବାନ୍ତି କରିବା ଦେଖି , ଅନ୍ୟ କିଛି କର୍ମଚାରୀ ମାନେ ତାଙ୍କୁ ସେଠାରୁ ଉଦ୍ଧାର କରି ତୁରନ୍ତ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ମେଡିକାଲ ସୂତ୍ରରୁ ଜଣାପଡିଥିଲା ସେ ବିଷ ପିଇଥିଲେ । ମେଡିକାଲ ଷ୍ଟାଫ ଙ୍କ ଚେଷ୍ଟା ଫଳରେ ସେ ବିପଦମୁକ୍ତ ହୋଇଥିଲେ ମଧ୍ୟ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା । ପୂର୍ବରୁ ଏ ନେଇ ବ୍ଳକ୍ ପକ୍ଷରୁ ଭଂଜନଗର ପୋଲିସ କୁ କେବଳ ଅବଗତ କରାଯାଇଥିଲା । ପୋଲିସ ମଧ୍ୟ ଘଟଣା ସଂକ୍ରାନ୍ତରେ ଅନୁଧ୍ୟାନ କରିଥିଲା । ତେବେ ବିଷ ପିଇବାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୨/୨୦୨୩---୮,୨୫ Sakhigopal News,12/2/2023