Breaking News

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବନ କର୍ମଚାରୀ ; ବନପାଳ ଓ ବନରକ୍ଷୀ




ଭଞ୍ଜନଗର - ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ତାରସିଂ ବନ୍ୟାଞ୍ଚଳ ରେ ହାତୀଙ୍କୁ ଟ୍ରାକିଂ କରୁଥିବା ସମୟରେ ଘଟିଛି ଅଘଟଣ । ହାତୀପଲ ଗୋଡାଇବାରୁ , ଜୀବନ ବଞ୍ଚାଇବାକୁ ଦୈାଡିଥିଲେ ବନ କର୍ମଚାରୀ । ହାତୀଙ୍କ ଆକ୍ରମଣରୁ ବର୍ତ୍ତିଗଲେ । ହେଲେ ଘଟଣା ସମୟରେ ତଳେ ପଡି ଗୁରୁତର ଆହତ ହେଲେ ବନପାଳ ଓ ବନରକ୍ଷୀ । ଶନିବାର ପୂର୍ବାହ୍ନରେ ତାରାସିଙ୍ଗି ବନାଞ୍ଚଳର ଆମ୍ବଝରା ଜଙ୍ଗଲରେ ଘଟିଛି ଏଭଳି ଘଟଣା । ଆହତ ଦୁଇ କର୍ମଚାରୀ ଭଂଜନଗର ମେଡିକାଲରେ ଚିକିତ୍ସିତ ହୋଇଛନ୍ତି । ହସ୍ତଗତ ହୋଇଥିବା ସୂଚନା ପ୍ରକାରେ ତାରାସିଙ୍ଗି ବନାଞ୍ଚଳ, ଗାୟାଗଣ୍ଡା ସେକସନ୍ ର ଆମ୍ବଝରା ସଂରକ୍ଷିତ ଜଙ୍ଗଲ ଭାଗ ନଂ - ୧୪ ରେ , ୭ ଟି ହାତୀ ବୁଲୁଥିଲେ । ବନପାଳ କୈଳାଶ ନାୟକ, ବନରକ୍ଷୀ କିଷାନ ମଲ୍ଲିକ ଓ ହାତୀ ସ୍ମାର୍ଡ ଘଟଣାସ୍ଥଳରେ ପହଞ୍ଚି ହାତୀପଲ ର ଗତିବିଧି ଉପରେ ନଜର ରଖୁଥିଲେ । ସେହି ସମୟରେ ୭ ଟି ହାତୀ ଜଙ୍ଗଲରୁ ବାହାରୁଥିବାର ଦେଖିଥିଲେ । ବନ କର୍ମଚାରୀଙ୍କ ଆଡକୁ ହାତୀପଲ ମାଡ଼ି ଆସୁଥିବା ବେଳେ ଘଟଣାସ୍ଥଳରୁ କର୍ମଚାରୀ ମାନେ ଦୈ।ଡିଥିଲେ । ଫଳରେ ବନପାଳ କୈଳାଶ ଏବଂ ବନରକ୍ଷୀ କିଷାନ ତଳେପଡି ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବେଳେ ବିଭାଗୀୟ ଅଧିକାରୀ ଘଟଣାର ଅନୁଧ୍ୟାନ କରୁଥିବା ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା ଙ୍କ ଠାରୁ ସୂଚନା ମିଳିଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୮/୨/୨୦୨୩----୯,୪୫ Sakhigopal News,18/2/2023

Blog Archive

Popular Posts