ଫକୀର ଚରଣ ପାଢ଼ୀ ଙ୍କ " ଡାକ ଟିକଟ କେତେ ଜଣା? କେତେ କେତେ ଅଜଣା? ଲୋକାର୍ପିତ
ଭୁବନେଶ୍ୱର : ପୂରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଳକଣା ଗ୍ରାମର ବିଶିଷ୍ଟ ସାରସ୍ୱତ ସାଧକ ତଥା ଚାଳିଶ ଖଣ୍ଡ ପୁସ୍ତକ ର ସ୍ରଷ୍ଟା ଫକୀର ଚରଣ ପାଢ଼ୀ ଙ୍କ ପୁସ୍ତକ " ଡାକ ଟିକଟ କେତେ ଜଣା? କେତେ ଅଜଣା? ଉଦଘାଟିତ ହୋଇଯାଇଛି। ପି. ସି. ସି. ସଭାପତି ଶରତ କୁମାର ପଟ୍ଟନାୟକ, ପୂର୍ଵତନ ବିଧାୟକ ଓ ସାଂସଦ ଅନନ୍ତ ଚରଣ ସେଠୀ, ପୂର୍ଵତନ ମନ୍ତ୍ରୀ ତଥା ବାଗ୍ମୀ ପ୍ରସାଦ ହରିଚନ୍ଦନ, ପୂର୍ବତନ ମୁଖ୍ୟଶାସନ ସଚିବ ବିଜୟ କୁମାର ପଟ୍ଟନାୟକ,ସମାଜସେବୀ ଜ୍ଞାନରଞ୍ଜନ ପଟ୍ଟନାୟକ, ଦେବ ପ୍ରସାଦ ରାଉତରାୟ,, ଗାନ୍ଧୀତତ୍ତ୍ୱ ପ୍ରଚାରକ ଅନାମ ମଲ୍ଲିକ,ପ୍ରକୃତିପ୍ରେମୀ କବି ଆଇନଜୀବୀ ହୃଷୀକେଶ ପାଢ଼ୀ ଙ୍କ କରକମ ଳରେ ଲୋକାର୍ପିତ ହୋଇଯାଇଛି |ପୁସ୍ତକଟିରେ ଲେଖକ ଲେଖିଥିବା ପୃଥିବୀ ର ପ୍ରଥମ କାଂସ୍ୟ ଡାକଟିକଟ,ପୃଥିବୀ ର ପ୍ରଥମ କାଗଜ ଡାକଟିକଟ, ଭାରତ ର ପ୍ରଥମ ଡାକଟିକଟ, ଡାକଟିକଟ ସଂଗ୍ରହ, ଡାକଟିକଟରେ ନେତାଜୀ, ବିଶ୍ୱର ସର୍ବାଧିକ ଡାକଟିକଟ ସଂଗ୍ରାହିକା, ଭାରତୀୟ ଡାକଟିକଟରେ ନେହେରୁ ପରିବାର, ଡାକଟିକେଟରେ ପୃଥିବୀର ପ୍ରଥମ ଚିତ୍ରାଭିନେତ୍ରୀ, ଭାରତୀୟ ଡାକଟିକଟରେ ଶିଶୁ ଦିବସ,ଜୀବଦ୍ଦଶାରେ ଭାରତୀୟ ଡାକଟିକଟରେ ସ୍ଥାନପାଇଥିବା ପ୍ରଥମ ଭାରତୀୟ, ବିଦେଶୀ ଡାକଟିକଟରେ ଦୀପାବଳି, ଭାରତୀୟ ଡାକଟିକଟରେ ଚିତ୍ରତାରକା, କେତୋଟି ବହୁମୂଲ୍ୟ ଡାକଟିକଟର କଥା, ଡାକଟିକଟରେ ଏସୀୟ କ୍ରୀଡା ଓ ଡାକଟିକଟ କିଛି ତଥ୍ୟ ଉପରେ ଅତିଥିମାନେ ଆଲୋଚନା କରି ଶ୍ରୀ ପାଢ଼ୀ ଙ୍କ କୁଶଳୀ ଲେଖନୀ ଚାଳନା ର ପ୍ରଂଶସା କରିଥିଲେ |ପୁସ୍ତକଟିରେ ବହୁତ ଜ୍ଞାତବ ତଥ୍ୟ ଥିବାରୁ ପାଠକ ମାନଙ୍କ ହୃଦୟକୁ ଛୁଇଁବ ବୋଲି ବକ୍ତାମାନେ ବକ୍ତବ୍ୟ ରଖିଥିଲେ | ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୭/୨/୨୦୨୩----୯,୨୫ Sakhigopal News,17/2/2023