Breaking News

ଅଖିଳ ଭାରତ କଂଗ୍ରେସ କମିଟିର ୮୫ତମ ଅଧିବେଶନ


 ବରଗଡ଼----   ଅଖିଳ ଭାରତ କଂଗ୍ରେସ କମିଟିର ୮୫ତମ ଅଧିବେଶନ ଛତିଶଗଡ ରାଜ୍ୟ ର ରାଜଧାନୀ ରାଏପୁର ଠାରେ ୨୪ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି।  ଏହି ଅଧିବେଶନ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଷ ବଘେଲ ଦ୍ବାରା ଅନୁଷ୍ଠିତ ହୋଇଥିଲା।ଏହି ଅଧିବେଶନ ରେ ଯୋଗ ଦେଇଥିଲେ ପ୍ରଦେଶ କଂଗ୍ରେସ ସଭ୍ଯ ତଥା ଭେଡେନ ବ୍ଲକ ସଭାପତି ରମେଶ ଚନ୍ଦ୍ର ପଣ୍ଡା ଓ ସଂପାଦକ ମାଧବ ସାହୁ ସମେତ ବରଗଡ ଜିଲ୍ଲା ର କଂଗ୍ରେସ ଦଳର ବିଭିନ୍ନ ପଦାଧିକାରୀମାନେ। ଓଡିଶା ର  ପୂର୍ବତନ ସଭାପତି, ପୁର୍ବତନ ମନ୍ତ୍ରୀ ବହୁ ପଦାଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି  ଏହି ବୈଠକରେ ଯୋଗଦେଇଥିଲେ। ଏଥିରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ବିଭିନ୍ନ ପ୍ରଦେଶ ର  ରାଜ୍ୟ ର କଂଗ୍ରେସ ସଭାପତି, ପୁର୍ବତନ ମୁଖ୍ୟମନ୍ତ୍ରୀ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଓ ପଦାଧିକାରୀମାନେ ଉପସ୍ଥିତ ଥିଲେ।  ଏହି ଅଧିବେଶନ ରେ ସମ୍ବିଧାନ ପରିବର୍ତ୍ତନ ଓ ଯୁବ, ମହିଳା,ଆଦିବାସୀ ଜନ ଜାତି ମାନଙ୍କର ସବୁ କ୍ଷେତ୍ର ଉନ୍ନତି କଂଗ୍ରେସ ଦଳର ସମସ୍ତ କର୍ମୀ ଆଗେଇ ଆସିବା ପାଇଁ ମତ ପ୍ରକାଶ ପାଇଥିଲା। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୬/୨/୨୦୨୩----୯,୫୫ Sakhigopal News,26/2/2023

Blog Archive

Popular Posts