Breaking News

ରୁଦ୍ରାଭିଷେକ ଓ ଶିବ ପଞ୍ଚାକ୍ଷର, ମହିମା ସ୍ରୋତ, ଓଁ ନମ ଶିବାୟ ନାମ ସହିତ ବିଶ୍ୱଶାନ୍ତି ମହଯଜ୍ଞରେ କମ୍ପିଲା ଶୈବପୀଠ



ସାକ୍ଷୀଗୋପାଳ ----  ମହାଶିବ ରାତି ପାଇଁ  ଶୈବପୀଠ ଗୁଡିକରେ ରୁଦ୍ରାଭିଷେକ, ଶିବ ପଞ୍ଚାକ୍ଷର, ଶିବ ମହିମା ସ୍ରୋତ,  ଓଁ ନମ ଶିବାୟ ସହିତ ବିଶ୍ୱଶାନ୍ତି ମହାଯଜ୍ଞ, ଭଜନ କୀର୍ତ୍ତନ, ନାମ ସଂକୀର୍ତ୍ତନରେ ଶୀବ ପୀଠ ଗୁଡିକ ଆଧାତ୍ମିକ ପରିବେଷସୃଷ୍ଟି ହୋଇଥିଲା ।  ଶିବ ମହିମାରେ ଲଲ୍ଳେଖ ରହିଛି ଏହି ଦିନରେ ଯେଉଁମାନେ ଉଜାଗର ରହି ଶୈବପୀଠରେ ଦ୍ୱୀପ ଜାଳିବା ସହ ଶିବଙ୍କ ନାମ ସ୍ମରଣ କରିବେ ଦେବ ଦେବ ମହାଦେବ ତାର ମାନସିକ ପୂରଣ କରିଥାନ୍ତି ।  ସେହିପରି ନିଜ ପରିବାରର ଖୁସି ଓ ଶୁଖ ଶାନ୍ତି ପାଇଁ ମହାଦେବଙ୍କ ନିକଟରେ ବେଳପତ୍ର ସହିତ ଦୁଦୁରାଫୁଲ, କେତକୀ, ଅରଖ ଫୁଲ ଆଜି ଦିନରେ ଲାଗି କରିଲେ ମହାଦେବ ଖୁସି ହୋଇଥାନ୍ତି । ସେଥିଯୋଗୁ ବିଭିନ୍ନ ଶେଅବ ପୀଠରେ ଭକ୍ତ ମାନେ ଲିବଙ୍କ ଲିଙ୍ଗ ଉପରେ ପାଣି ଲାଗି କରିବା ସହ ନିଜର ମାନସିକ ପୁରଣ ପାଇଁ  ଦେବ ଦେବ ମହାଦେବଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି । ଏହି ଅବସରରେ ବିଭିନ୍ନ ଶୈବ ପୀଠ ଗୁଡିକ ସଫେଇ କରାଯିବା ସହ ଫୁଲ ଓ ରଙ୍ଗ ବେରଙ୍ଗ ଆଲୋକ ମାଳରେ ମନ୍ଦିରକୁ ସଜ୍ଜିତ କରାଯାଇଛି । ବିଭିନ୍ନ ଶୈବପୀଠ ଗୁଡିକରେ  ବେଳପତ୍ର, ଫୁଲ, ନଡିଆ , ପାଚିଲା କଦଳୀ, ଖଇ, କୋରା ସହିତ ଚୁଡାଘଷା, ପାଚିଲା କଦଳୀ ସିରିଣି ଭୋଗ ସହିତ କେତକୀ ଲାଗି କରିବା ପାଇଁ ଭକ୍ତଙ୍କର ଗହଳି ଲାଗିଥିଲା ।  ଶୈବପୀଠରେ  ଚର୍ତୁପାଶ୍ୱର୍ରେ  ରାତି ସାରା ଉଜାଗର ରହି ଭକ୍ତ ମାନେ ଅଖଣ୍ଡ ଜାଗର ଜାଳି ଥିବା ଦେଖାଯାଇଥିଲା ।  ସେହିପରି ବିଭିନ୍ନ ଶୈବପୀଠ ଗୁଡିକରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି । ପୁରୀ ଜିଲାର ପ୍ରସିଦ୍ଦ ଶୈବପୀଠ ଯୋଡାଲିଙ୍ଗ ଓ ସତ୍ୟବାଦୀର ବରାଳ ବାଲେୁଙ୍କେଶ୍ୱର ଦେବ, ସାଣ୍ଡରା ନୀଳକଣ୍ଠେଶ୍ୱର, ଷୋଳହଳ ଲୋକନାଥ, ବଳପୁର ବାଲୁଙ୍କେଶ୍ୱର, ସୁଆଣ୍ଡୋ ଲୋକେଶ୍ୱର, ବିଦ୍ୟାଧରପୁର ଶ୍ରୀକୁଣ୍ଡେଳେଶ୍ୱର, ପାରକେଣା ଗ୍ରାମର ବାଲିକପିଲେଶ୍ୱର, ସାକ୍ଷୀଗୋପାଳ ବଜାରର ରତ୍ନେଶ୍ୱର, ଖଜୁରେଶ୍ୱର, ବନ୍ତେଶ୍ୱର, କୋଶଳେଶ୍ୱର, ଇଷାଣେଶ୍ୱର, ମୁଅଁଖିଆ, ଲକ୍ଷେଶ୍ୱର, ବୀରରାମଚନ୍ଦ୍ରପୁର ଧବଲେଶ୍ୱର ଓ ଲକ୍ଷେଶ୍ୱର, ବାଲିସାହିର ଖରାଖିଆ ମହାଦେବ, ଅଳଗୁମର ଗତିଶ୍ୱର, ବଣିଆସାହିର ବାଲୁଙ୍କେଶ୍ୱର,  ସେବକସାହିର ଅନନ୍ତେଶ୍ୱର,  ଭୁତୁପଡା ବାଲୁଙ୍କେଶ୍ୱର ,  ଇନ୍ଦିପୁରର କୁମାରେଶ୍ୱର, ଓଲବେଦରପଡାର ଇନ୍ଦ୍ରେଶ୍ୱର, ପଟ୍ଟନାୟିକିଆ ର ମାଳ ବାଲୁଙ୍କେଶ୍ୱର ଆଦି ଦେବଙ୍କ ପୀଠ ଗୁଡିକରେ ଜାଗର ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।  ସତ୍ୟବାଦୀ ବ୍ଳକ ସ୍ଥିତ ପ୍ରସିଦ୍ଧ ଶୈବପୀଠ ବରାଳ ବାଲୁଙ୍କେଶ୍ୱରଙ୍କ ପୀଠରେ ରାତି ୧୦ଟା ୩୦ରେ ହରିହର ଭେଟ ହେବାପରେ ବଡସିଂହାର ପରେ ମନ୍ଦିରଚୁଡାକୁ ୍ର ମହାଦ୍ୱିପ ଉଠିଥିଲା ।  ବ୍ଳକ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍କଳା ରକ୍ଷା କରିବା ନିମନ୍ତେ ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା ସଦଳବଳେ ସେଠାରେ ଉପସ୍ଥିତ ରହିଥିଲେ  । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୨/୨୦୨୩---୮,୧0   Sakhigopal News---18/2/2023

Blog Archive

Popular Posts