Breaking News

ସି.ଆର.ପି.ଏଫ ଯବାନଙ୍କ ନାଁ ରେ ସାଇବର ଠକାମୀ


କନ୍ଧମାଳ----  ନିଜକୁ ସି.ଆର.ପି.ଏଫ ଯବାନ ପରିଚୟ ଦେଇ ଜଣେ ମାଛ ବ୍ୟବସାୟୀ ଙ୍କ ଠାରୁ ଶୁଖୁଆ କିଣିବା ଆର ଦେଖାଇ ସାଇବର ଠକେଇ ହୋଇଥିବା ଅଭିଯୋଗ ହୋଇଛି l ଏଭଳି ସାଇବର ଠକେଇ ର ଶିକାର ହୋଇଛନ୍ତି ବାଲିଗୁଡା ନୁଆସାହି ର ମାଛ ବ୍ୟବସାୟୀ ଶଙ୍କର ବେହେରା l ଶଙ୍କର ଙ୍କ ଠାରୁ 83500 ଟଙ୍କା ସାଇବର ଠକେଇ ହୋଇଥିବା ନେଇ ବାଲିଗୁଡା ଥାନା ରେ ଲିଖିତ ଅଭିଯୋଗ ହୋଇଛି l ସୂଚନା ଅନୁଯାୟୀ ଏକ ଅଜଣା ନମ୍ବର ରୁ ପ୍ରଥମେ ଏକ କଲ ଶଙ୍କର ଙ୍କୁ ଆସିଥିଲା l କାଶ୍ମୀର  ସି.ଆର.ପି.ଏଫ କ୍ୟାମ୍ପ ରୁ ଅନିଲ କୁମାର କହୁଛି ବୋଲି କହିଥିଲେ ସାଇବର ଲୁଟେରା l ଶଙ୍କର ଙ୍କ ଠାରୁ ଶୁଖୁଆ କିଣିବାକୁ କହି ଫୋନ ପେ ନମ୍ବର ରେ 4500 ଟଙ୍କା ପ୍ରଥମେ ପଠେଇଥିଲା l ପରିବାର ଲୋକେ ଆସି ମାଗିଲେ ଶୁଖୁଆ ତାଙ୍କୁ ଦେବାକୁ ବି କହିଲା l କିନ୍ତୁ ମାଛ ବ୍ୟବସାୟୀ ଶଙ୍କର ଟଙ୍କା ଆସିନି କହିବାରୁ ଲିଙ୍କ ସ୍ଲୋ ଅଛି କହି ଏକ ନୋଟିଫିକେସନ ଆସିଲେ କ୍ଲିକ କରିବାକୁ କହିଥିଲେ ଲୁଟେରା l ପରେ ଶଙ୍କର କୁ ଏକ ନୋଟିଫିକେସନ ସେଣ୍ଡ କରିଥିଲା ସାଇବର ଠକ l ଯେଉଁ ନୋଟିଫିକେସନ କୁ ଶଙ୍କର ନିଜ ଫୋନ ପେ ରେ କ୍ଲିକ କରୁ କରୁ ଚାରି ଥର ରେ 83500 ଟଙ୍କା ନିଜ ଆକାଉଣ୍ଟ ରୁ କଟି ଯାଇଥିଲା l ତେବେ ବାଲିଗୁଡା crpf କ୍ୟାମ୍ପ ରୁ ମାଛ ଶଙ୍କର ଙ୍କ ଠାରୁ ଯାଉଥିବା ରୁ ସେ ପ୍ରଥମେ ବିଶ୍ୱାସ କରିଥିବା କହିଛନ୍ତି l ଟଙ୍କା ନିଜ ଆକାଉଣ୍ଟ ରୁ କଟିଯିବା ପରେ ସାଇବର ଠକାମୀ ର ଶିକାର ହୋଇଥିବା ଜାଣି ବାଲିଗୁଡା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ଶଙ୍କର l ବାଲିଗୁଡା ପୋଲିସ ମାମଲା ରୁଜୁ କରି ଘଟଣା ର ତଦନ୍ତ ଆରମ୍ଭ କରିଛି l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୩/୨/୨୦୨୩----୯,୫୫ Sakhigopal News,23/2/2023

Blog Archive

Popular Posts