ରାଜ୍ୟସ୍ତରୀୟ ଦଶମ ବାର୍ଷିକ ଫୁଟବଲ ପ୍ରତିଯୋଗିତା ଉଦଯାପିତ ; ଫ୍ରେଣ୍ଡସ ପାରାଡ଼ାଇଜ ଫୁଟବଲ କ୍ଲବ ଚମ୍ପିଆନ
ଜଟଣୀ :-ଜଟଣୀ ନିକଟସ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୋଡ଼ିପୁଟ ମାଟିଆପଡା ପଞ୍ଚାୟତ ଅନ୍ତର୍ଗତ ହରିପୁର ଗ୍ରାମର ଖେଳପଡିଆରେ ବୁଦ୍ଧ ନାରାୟଣ ସ୍ପୋର୍ଟ୍ସ ଆଣ୍ଡ କଲଚୁରାଲ ଆସୋସିଏସନ ଆନୁକୂଲ୍ୟରେ ଦଶମ ବାର୍ଷିକ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି l ଫାଇନାଲ ମ୍ୟାଚରେ ନୀଳାଚଳ ଫୁଟବଲ କ୍ଲବ (ପୁରୀ) ବନାମ ଫ୍ରେଣ୍ଡସ ପାରାଡାଇଜ ଫୁଟବଲ କ୍ଲବ (କୁସୁମାଟି) ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଏହି ମ୍ୟାଚଟି ଅତି ସଂଘର୍ଷ ପୂର୍ଣ୍ଣ ହୋଇଥିଲା l ପ୍ରଥମାର୍ଦ୍ଧ ଖେଳର ପନ୍ଦର ମିନିଟ ସମୟରେ ନୀଳାଚଳ କ୍ଲବର 0୯ ନମ୍ବର ଖେଳାଳି ବଳଭଦ୍ର ସ୍ୱାଇଁ ପ୍ରଥମ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ l ଦ୍ଵିତୀୟାର୍ଦ୍ଧର ୨0 ମିନିଟ ସମୟରେ ଫ୍ରେଣ୍ଡ୍ସ ପାରାଡାଇଜ ର ଖେଳାଳି ସୁଜିତ ପାନ୍ନା ଗୋଲ ଦେଇ ଦଳକୁ ସମାନ ସ୍ତରକୁ ଆଣିଥିଲେ l ଶେଷରେ ଖେଳଟି ଅମୀମାଂଶିତ ଭାବେ ଶେଷ ହୋଉଥିଲା l ଖେଳର ନିୟମ ଅନୁଯାଇ ୨ ଦଳ ମଧ୍ୟରେ ପେନାଲ୍ଟି ସୁଟ ଆଉଟ ପଦ୍ଧତି ଗ୍ରହଣ କରାଯାଇଥିଲା l ପେନାଲ୍ଟି ସୁଟ ଆଉଟ ରେ ଫ୍ରେଣ୍ଡସ ପାରାଡାଇଜ 05/04 ଗୋଲରେ ନୀଳାଚଳ କ୍ଲବକୁ ପରାସ୍ତ କରି ଚମ୍ପିୟାନ ହୋଇଥିଲା l ଏହି ଖେଳକୁ ମୁଖ୍ୟ ରେଫ୍ରି ରୂପେ ରମେଶ ପାଇକରାୟ , ଲାଇନ୍ସ ମ୍ୟାନରେ ସହଯୋଗ କରିଥିଲେ ସୌମ୍ୟକାନ୍ତ ପଟ୍ଟନାୟକ ଏବଂ ବିପିନ ସାମନ୍ତରାୟ , ଚତୁର୍ଥ ରେଫ୍ରି ଭାବେ ରବୀନ୍ଦ୍ର କୁମାର ଜେନା ପରିଚାଳନା କରିଥିଲେ l ମୁଖ୍ୟ ଅତିଥି ପିପିଲି ବିଧାୟକ ରୁଦ୍ର ପ୍ରସାଦ ମହାରଥୀ, ଡେଲାଙ୍ଗ ବ୍ଲକ୍ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ , ଡେଲାଙ୍ଗ ବ୍ଲକ୍ ବିଜେଡି ସଭାପତି ବୈରାଗୀ ଜେନା ଏବଂ ହରିପୁର ଗ୍ରାମର ମାନ୍ୟ ଗଣ ବ୍ୟକ୍ତି ଯୋଗ ଦେଇ ବିଜୟୀ ଦଳକୁ ନଗଦ ୫ ହଜାର ଟଙ୍କା ସହ ଟ୍ରଫି ଏବଂ ରନର୍ସଅପ ଦଳକୁ ନଗଦ ୩ ହଜାର ଟଙ୍କା ପ୍ରଦାନ କରିଥିଲେ l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୨/୨/୨୦୨୩----୯,୧୦ Sakhigopal News,12/2/2023