କେନ୍ଦ୍ର ସରକାରଙ୍କ ଚାଉଳ କାଟ ଅଭିଯୋଗକୁ ନେଇ ସତ୍ୟବାଦୀ ବିଜେଡି ପକ୍ଷରୁ ବ୍ଳକ ପରିସରରେ ପ୍ରତିବାସ ସଭା
ସାକ୍ଷୀଗୋପାଳ---- କେନ୍ଦ୍ର ସରକାର ଗରିବ ଲୋକମାନଙ୍କ ପାଇଁ ଯୋଗାଇ ଦେଉଥିବା ରାଶନ କାର୍ଡରେ ଚାଉଳ ୫କେଜି କାଟ କରିଦେଇଛନ୍ତି । ଏହାର ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସତ୍ୟବାଦୀ ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତରାୟଙ୍କ ତତ୍ୱବଧାନରେ ସତ୍ୟବାଦୀ ବ୍ଳକ ପରିସରରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା । ଏଥିରେ ସତ୍ୟବାଦୀର ବିଧାୟକ ଉମାକାନ୍ତ ସମାନ୍ତରାୟ ଯୋଗଦେଇ କହିଥିଲେ ଯେଉଁ ବିଜେପି ନେତା ମାନେ ବାହାଦୂର ମାରି ଗରିବ ଲୋକମାନଙ୍କୁ ମୁହଁରୁ ଦାନା ଛଡାଇଛନ୍ତି ସେମାନଙ୍କର କେବେ ମଙ୍ଗଳ ହେବ ନାହିଁ । ଯେଉଁମାନେ ପକୃତ ପକ୍ଷେ ଫନି ବାତ୍ୟାରେ ବା ଗରିବ ଶ୍ରେଣୀର ଲୋକ ଆବାସ ଯୋଜନା ପାଇବା ପାଇଁ ହକଦାର ତା ବିରୁଧରେ ସେହି ବିଜେପି କର୍ମୀ ମାନେ ବ୍ଳକ ବିଡିଓଙ୍କ ନିକଟରେ କାଟିବା ପାଇଁ ଦରଖାସ୍ତ କରୁଛନ୍ତି । ଏ ନାକଟୀୟ ତୁରନ୍ତ ବନ୍ଦ କରିବା ପାଇଁ ବିଧାୟକ ଚେତାବନୀ ଦେଇଛନ୍ତି । ନଚେତ ଲୋକଙ୍କ ଲୁହ ଓ ନିଶ୍ୱାସରେ ବିଜେପି ସରକାର ଧ୍ୱସଂ ହୋଇଯିବବୋଲି ବିଧାୟକ ଶ୍ରୀ ସମାନ୍ତରାୟ କହିଥିଲେ । ସେହିପରି ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡ ଯୋଗ ଦେଇ କହିଥିଲେ କାଟିଥିବା ଚାଉଳ ଓ ଆବସ ଯେଜନା ତୁରନ୍ତ ଦିଅ ନଚେତ ଅଗାମୀ ଦିନରେ ଏ ଆନ୍ଦୋଳନ ଅଧିକ ହେବ ବୋଲି ଅଧ୍ୟକ୍ଷ ଶ୍ରୀ ପଣ୍ଡା କହିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବାଦୀ ବ୍ଳକ ବିଜେଡି ଯୁବ ସଭାପତି ଶରତ ରାଉତରାୟ, ମହିଳା ନେତ୍ରୀ କନକଲତା ପଣ୍ଡା, ଲକ୍ଷ୍ମୀପିୟା ମହାପାତ୍ର, ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ, ଜୟପୁର ସରପଞ୍ଚଙ୍କ ପ୍ରତିନିଧି ଦେବଦତ୍ତ ସାମନ୍ତରାୟ, ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ମହାପାତ୍ର, ସମବାୟବିତ୍ତି ଶ୍ରୀଧର ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ନାରାୟଣ ରାଉତରାୟ, ପୂର୍ବତନ ନରେନ୍ଦ୍ରପୁର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ରଙ୍କ ସହିତ ବିଭିନ୍ନ ସରପଞ୍ଚ ଓ ସମିତିସଭ୍ୟ ସଭ୍ୟା, ବିଶେଷ କରି ମହିଳାମାନେ ଏହି ପ୍ରତିବାଦ ସଭାରେ ଯୋଗ ଦେଇଥିଲେ । ଏହି ଅବସରରେ ଏକ ଦାବି ପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦ୍ୟେଶରେ ସତ୍ୟବାଦୀ ବିଡିଓ ଲୋଚନ ଦାସଙ୍କୁ ପ୍ରଦାନ କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧାରେନ୍ଦ୍ର ସେନାପତି, ୧୬/୨/୨୦୨୩---୮,୧୦