Breaking News

ପଠାଣି ସାମନ୍ତ ମେଧା ବୃତ୍ତି ପରୀକ୍ଷାରେ , ସାଇଗୁରୁକୁଳ ଆବସିକ ବିଦ୍ୟାଳୟ ର ଛାତ୍ରୀ ଙ୍କ ସଫଳତା

 

ଭଞ୍ଜନଗର -- ଭଞ୍ଜନଗର ସ୍ଥିତ ସାଇଗୁରୁକୁଳ ଆବାସିକ ବିଦ୍ୟାଳୟ ର ନବମ ଶ୍ରେଣୀ ଛାତ୍ରୀ ଙ୍କ ସଫଳତା ।  ଏହି ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ କୁମାରୀ ସାବିତ୍ରୀ ଦେବି ସମନ୍ତରାୟ  ପଠାଣି ସାମନ୍ତ ମେଧା ବୃତ୍ତି ପରୀକ୍ଷା ରେ ଉତୀର୍ଣ୍ଣ ହୋଇଛନ୍ତି । ଏନେଇ ସରକାରଙ୍କ ଠାରୁ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି l ଏହି ଉପଲକ୍ଷେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଗୌରୀଶଙ୍କର ଶତପଥୀ ଛାତ୍ରୀ ସାବିତ୍ରୀଦେବୀ ସାମନ୍ତରା ଙ୍କୁ ପୁଷ୍ପଗୁଛ ଦେଇ ସମ୍ମାନୀତ କରିଥିଲେ । ବିଦ୍ୟାଳୟର ସଭାପତି  ଶୁଳପାଣି ଶତପଥି, ଅଧକ୍ଷ  ଅଜିତ କୁମାର ଶତପଥି, ଓ ପ୍ରଧାନଶିକ୍ଷକ  ପଞ୍ଚାନନସାହୁ ପ୍ରମୁଖ ଉପସ୍ଥିତଥିଲେ । ସ୍ଥାନୀୟ ଅଞ୍ଚଳରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ  ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ଏହି ଅନୁଷ୍ଠାନ । ଏନେଇ ଅଭିଭାବକ ଓ ବୁଦ୍ଧିଜୀବୀ ମାନେ ଶିକ୍ଷାନୁଷ୍ଠାନ ର ଶୈଖିକ କାର୍ଯ୍ୟ ଶୈଳୀ କୁ ପ୍ରଶଂସା କରିବା ସହ ଶିକ୍ଷକ , ଶିକ୍ଷୟିତ୍ରୀ  ଏବଂ ପରିଚାଳନା ମଣ୍ଡଳୀ କୁ ଶୁଭେଚ୍ଛା ଜଣାଇଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୮/୨/୨୦୨୩---୯,୪୫ Sakhigopal News,28/2/2023

Blog Archive

Popular Posts