Breaking News

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସାଇକେଲ ଶୋଭାଯାତ୍ରା



ଭଞ୍ଜନଗର - ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ର ପ୍ରକୋପ ଆରମ୍ଭ ହୋଇଗଲାଣି । ଏହାର ପ୍ରଭାବ ମଣିଷ ଓ ପ୍ରାଣୀ ଜଗତକୁ ଯେତିକି ପ୍ରଭାବିତ କରିବା ଆରମ୍ଭ କରିବାକୁ ଯାଉଛି ସେତିକି ଆଶଙ୍କା ରହିଛି ଜଙ୍ଗଲ ନିଆଁ ଲାଗିବା ଉପରେ ।  ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବାକୁ ଏବେ ପ୍ରଶାସନ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ସବୁ ପ୍ରକାର ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡ ର କେନ୍ଦ୍ରିୟ ବନାଞ୍ଚଳ ପକ୍ଷରୁ ଆରମ୍ଭ ହୋଇଛି ସାଇକେଲ ଶୋଭାଯାତ୍ରା । ସ୍ଥାନୀୟ କଣ୍ଟେଇପଲ୍ଲୀ ଛକ ଠାରୁ ବାହାରିଥିବା ସାଇକେଲ ଶୋଭାଯାତ୍ରା ରେ ଶାଳୁଆପଲ୍ଲୀ , ମୁଦୁଲି ପଲ୍ଲୀ , କଇଣ୍ଡି , ଜିଲୁଣ୍ଡି , ଅଗଝୋଳ ,  ବାଉଁଶଲୁଣ୍ଡି ଓ ଭଂଜନଗର ରାସ୍ତା ଦେଇ କେନ୍ଦ୍ରିୟ ବନାଞ୍ଚଳ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା ସଚେତନକାରୀ ମାନେ । ଆୟୋଜିତ ସଚେତନ ଯାତ୍ରାକୁ , କଣ୍ଟେଈପଲ୍ଲୀ ଠାରେ ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା , ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।  ବନଖଣ୍ଡ ଅଧିକାରୀ ଶ୍ରୀ ବେହେରା ଙ୍କ ସମେତ କେନ୍ଦ୍ରିୟ ବନାଞ୍ଚଳ ଅଧିକାରୀ କୁମର ବେହେରା , ଏସିଏଫଓ ବିକ୍ରମ ଦେବ ପଟ୍ଟନାୟକ , ବନପାଳ ଶରତ ଚନ୍ଦ୍ର ମହାନ୍ତି , କଣ୍ଟେଈପଲ୍ଲୀ ବନ ସୁରକ୍ଷା ସମିତି ସଭାପତି ଶରତଚନ୍ଦ୍ର ସ୍ବାଇଁ , ସମସ୍ତ ସଦସ୍ୟ , ସଦସ୍ୟା , ବୁଦ୍ଧିଜୀବୀ , ପ୍ରକୃତି ପ୍ରେମୀ , ଛାତ୍ରଛାତ୍ରୀ ଓ ମହିଳା ମାନେ ସାଇକେଲ ଯାତ୍ରାରେ ବାହାରିଥିଲେ । ମୁଖ୍ୟତଃ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବା , ଜଙ୍ଗଲ ନିଆଁ କୁ କିଭଳି ଆୟତ୍ତ କରାଯିବ , ନିଜେ ଜାଣିବା ସହ ଅନ୍ୟକୁ ଜଣାଇବା ଲକ୍ଷରେ ଲୋକଙ୍କ ପାଖରେ ସଚେତନ ବାର୍ତ୍ତା ପହଞ୍ଚାଇଥିଲେ । ପରେ କେନ୍ଦ୍ରିୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା , ଏସିଏଫଓ ବିକ୍ରମ ଦେବ ପଟ୍ଟନାୟକ , ବନାଞ୍ଚଳ ଅଧିକାରୀ କୁମର ବେହେରା , ମୁଜାଗଡ ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ , ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଳପାଣି ଶତପଥୀ , ଅବସରପ୍ରାପ୍ତ ବନ କର୍ମଚାରୀ ଅନୁପମ ବାନାର୍ଜୀ ପ୍ରମୁଖ ଯୋଗ ଦେଇ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବାର ବାର୍ତ୍ତା ଦେଇଥିଲେ । କାର୍ଯ୍ୟକ୍ରମ କୁ ସନ୍ତୋଷ କୁମାର ଡାକୁଆ ସଂଯୋଜନା କରିଥିବା ବେଳେ ବନପାଳ ଶରତଚନ୍ଦ୍ର ମହାନ୍ତି ,  ବନରକ୍ଷୀ ଓ ସ୍କ୍ୱାର୍ଡ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୨/୨୦୨୩---୯,୧୦ Sakhigopal News,21/2/2023

Blog Archive

Popular Posts