Breaking News

ସାଇଗୁରୁକୁଳ ଆବାସିକ ବିଦ୍ୟାଳୟ କୁ ନବମ ଶ୍ରେଣୀ ଖୋଲିବାକୁ, ମିଳିଲା ଅନୁମତି

 
  ଭଞ୍ଜନଗର - ଓଡିଶା ସରକାର ଙ୍କ ଶିକ୍ଷା ବିଭାଗ ତରଫରୁ ଭଞ୍ଜନଗର  ସାଇଗୁରୁକୁଳ ଆବାସିକ ବିଦ୍ୟାଳୟକୁ ଚଳିତ ଶିକ୍ଷାବର୍ଷ 2022-23ଠାରୁ ନବମ ଶ୍ରେଣୀ ଖୋଲିବାକୁ ଅନୁମତି ମିଳିଛି । ବିଭାଗୀୟ ଚିଠି ନଂ - 4923, ତା-15.02.2023 ଅନୁସାରେ  ଅନୁମତି ମିଳିଥିବା ଜଣାପଡିଛି ।  ଏନେଇ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବ ଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି ।  ବିଦ୍ୟାଳୟର ସଭାପତି  ଶୂଳପାଣି ଶତପଥୀ, ଅଧକ୍ଷ ଅଜିତ କୁମାର ଶତପଥୀ, ଓ ପରିଚାଳନା କମିଟିର ସଭ୍ୟ  ସାନ୍ତନୁ ତ୍ରିପାଠୀ ଓ ସଦସ୍ୟା ଶ୍ରୀମତୀ ବସାନ୍ତି ରାଉତ ପ୍ରମୁଖ ରାଜ୍ୟସରକାର ଓ ବିଭାଗୀୟ ଅଧିକାରୀ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଘରୋଇ ଶିକ୍ଷା କ୍ଷେତ୍ରରେ ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟ  ଏକ ପ୍ରମୁଖ ଦାୟିତ୍ଵ ଗ୍ରହଣ କରିବା ସହ ଅଭିଭାବକ ଓ ଛାତ୍ରଛାତ୍ରୀ ଙ୍କ ବିଶ୍ବାସ ଭାଜନ  ହୋଇ ପାରିଛି ବୋଲି ଅନେକ ବୁଦ୍ଧିଜୀବୀ ଓ ଶିକ୍ଷାବିତ ମାନେ ମତ ରଖିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୨/୨୦୨୩----୯,୨୫ Sakhigopal News,17/2/2023

Blog Archive

Popular Posts