ବନାଞ୍ଚଳସ୍ତରୀୟ ବନାଗ୍ନି ପ୍ରଶମନ ସୁପରିଚାଳନା ପ୍ରସ୍ତୁତି ବୈଠକ
ଭଞ୍ଜନଗର-- ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ବନାଞ୍ଚଳ କାର୍ଯ୍ୟାଳୟ ପରିସରେ ବନାଞ୍ଚଳସ୍ତରୀୟ ବନାଗ୍ନି ପ୍ରଶମନ ସୁପରିଚାଳନା ପ୍ରସ୍ତୁତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଢୋଲପିଠା ବନାଞ୍ଚଳ ଅଧିକାରୀ ଶିବରାମ ନାୟକ ଅଧକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବେ ବନଖଣ୍ଡ ଅଧିକାରୀ ସୂଦର୍ଶନ ବେହେରା, ବିକ୍ରମଦେବ ପଟ୍ଟନାୟକ ମୁଜାଗଡ ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ ,ଜଗନ୍ନାଥପ୍ରସାଦ ବନାଞ୍ଚଳ ଉମାକାନ୍ତ ଦାଶ ବ୍ରହୁାଣପଦର ସରପଞ୍ଚ ବନମାଳି ଗୌଡ଼, ଅବସରପ୍ରାପ୍ତ ଅଧ୍ୟକ୍ଷ କୃତିବାସ ବିଶ୍ବାଳ ଅବସରପ୍ରାପ୍ତ ସମାଜସେବୀ ଶୂଳପାଣି ଶତପଥୀ,ଅନୂପମ ବାନାର୍ଜୀ, ଲୋକନାଥ ଆଚାର୍ଯ୍ୟ ପ୍ରମୁଖ ମଞ୍ଚାସୀନ ଥିଲେ । ଗ୍ରୀଷ୍ମରୂତୁ ଆସୁଥିବାରୁ ଜଙ୍ଗଲରେ ଯେପରି ନିଆଁ ନ ଲାଗିବ ତାହାରି ଉପରେ ନଜର ରଖିବା ସହ ଯଦି ନିଆଁ ଲାଗେ , ତେବେ ତାହାକୁ କିଭଳି ଲିଭାଇବାକୁ ହେବ । ସେ ସଂକ୍ରାନ୍ତରେ ବନାଞ୍ଚଳ ଅଧିକାରୀ ଶ୍ରୀ ନାୟକ ଅବଗତ କରାଇଥିଲେ । ଉପସ୍ଥିତ ଥିବା ବନପାଳ, ବନରକ୍ଷୀ ଓ ବିଭିନ୍ନ ସ୍ଥାନରୁ ଆସିଥିବା ବନ ସୁରକ୍ଷା ସମିତିର ସଭ୍ୟ ଓ ସଭ୍ୟା ମାନଙ୍କୁ ପରାମର୍ଶ ଦେଇଥିଲେ ।ଏହି କାର୍ଯ୍ୟକ୍ରମକୁ ବିଶ୍ବବସ୍ତୁ ବିଶେଷଜ୍ଞ ସାନ୍ତନୁ କୁମାର ସାହୁ କର୍ମଚାରୀ ଓ ଢୋଲପିଠା ବନପାଳ ବବୁଲୁ ସେଠୀ ବଦାଙ୍ଗୀ ବନପାଳ ଅଭିମନ୍ୟୁ ମଳିକ,ତିଳିସିଙ୍ଗି ବନପାଳ ଶୁଭସ୍ଥିତା ପାତ୍ର ଓ ବନରକ୍ଷୀ ସୁକାନ୍ତି ସାବତ,ରମେଶ ବେହେରା ଏବଂ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୨/୨୦୨୩---୯,୩୫ Sakhigopal News,15/2/2023