Breaking News

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ହେଲିପ୍ଯାଡ ସ୍ଥାନ ପରିଦର୍ଶନ କଲେ ଆରକ୍ଷୀ ଅଧୀକ୍ଷକ



       ସାକ୍ଷୀଗୋପାଳ  ---- ଆସନ୍ତା ୨୩ ତାରିଖରେ ମୁଖ୍ଯମନ୍ତ୍ରୀ ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପ ଲୋକାର୍ପଣ କରିବେ  । ଏହାକୁ ନଜର କରି ହେଲିପ୍ଯାଡ ସ୍ଥାନ ପରିଦର୍ଶନ କରିଛନ୍ତି ଆରକ୍ଷୀ ଅଧୀକ୍ଷକ। ସଂଗ୍ରହାଳୟ ପରିସରରେ ରଘୁରାଜପୁରର କଳାକ୍ରୁତି   , ପିଲାଙ୍କ ଖେଳ ପଡ଼ିଆ, ପୁଣ୍ଯାତ୍ମା ଗୋପବନ୍ଧୁଙ୍କ ଜନ୍ମପୀଠ ପରିସରରେ ଓଡିଆଣୀର ଝୋଟିଚିତା   , ଗ୍ରାମ ଦାଣ୍ତ, ଲୋକେଶ୍ୱର ମହାଦେବ ଙ୍କ ମନ୍ଦିର, ସୂଚନା ଫଳକ, ଗ୍ରାମବାସୀ ଙ୍କ ଘର ସମ୍ମୁଖଭାଗ ଗୋଟିଏ ରଙ୍ଗ କରାଯାଇଛି। ସେହିପରି ମାର୍କେଟ କଂପ୍ଲେକ୍ସ ନିର୍ମାଣ, କେନାଲ ବନ୍ଧ ରାସ୍ତା କାମ ସରିଯାଇଛି  । ମୁଖ୍ଯମନ୍ତ୍ରୀ ହେଲିକପ୍ଟର ରେ ସୁଆଣ୍ଡୋ ଆସିବେ ବୋଲି ଜଣାପଡିଛି  । ହେଲିପ୍ଯାଡ ନିର୍ମାଣ ସ୍ଥଳ ଦେଖିବାକୁ ମଙ୍ଗଳବାର ସକାଳେ ପୁରୀ ଆରକ୍ଷୀ ଅଧୀକ୍ଷକ କନୱାର ବିଶାଲ ସିଂହ ସୁଆଣ୍ଡୋ ପରିଦର୍ଶନରେ ଆସିଥିଲେ  । ସଂଗ୍ରହାଳୟ ଠାରୁ ହେଲିପ୍ଯାଡ ପର୍ଯ୍ୟନ୍ତ ଦୂରତା ମାପ କରାଯାଇଥିଲା  । ଏହା ସହିତ ରାସ୍ତା  ଓ ହେଲିପ୍ଯାଡ  ନିର୍ମାଣ ତୁରନ୍ତ  ଆରମ୍ଭ କରିବାକୁ ପୁର୍ତ୍ତବିଭାଗ ଉପଖଣ୍ଡ ଅଧିକାରୀ ଶଶି ମହାନ୍ତି ଙ୍କୁ ନିର୍ଦ୍ଦେଶ ଦେଇଥିଲେ  । ସଂଗ୍ରହାଳୟ ପରିସରରେ ୩ଟି ଗାଡିର  ଟେଷ୍ଟ କରିଥିଲେ  । ସୁରକ୍ଷା ପାଇଁ ସସସ୍ତ୍ର ଆରକ୍ଷୀ ବାହିନୀ ନିଯୁକ୍ତି କରାଯିବ ବୋଲି କହିଥିଲେ  । ସୁଆଣ୍ଡୋ ଗ୍ରାମ ଦାଣ୍ତ ଜନଗହଳି କରାନଯିବା ପାଇଁ ଚନ୍ଦନପୁର ବ୍ରାଞ୍ଚ କେନାଲ ବନ୍ଧ ରୁ ରାସ୍ତା କରାଯିବ ଓ ସେହିବାଟ ଦେଇ ଉଦଘାଟନ ସ୍ଥଳକୁ ଜନସାଧାରଣ ଯାଇପାରିବେ  । ସେହି ରାସ୍ତା ପାର୍ଶ୍ୱ ରେ ସମସ୍ତ ଗାଡି ପାର୍କିଂ କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ ଶ୍ରୀ ସିଂହ କହିଥିଲେ  । ପ୍ରାୟ ଦୁଇଏକର ଜମି ଉପରେ ହେଲିପ୍ଯାଡ ନିର୍ମାଣ କରାଯାଇଥିବା ଜଣାପଡ଼ିଛି।  ଏଥିଯୋଗୁ ସୁଆଣ୍ଡୋ ଗ୍ରାମ ଏବେ ଠାରୁ ସଜେଇ ହେଲାଣି। ମାତ୍ର ପୁର୍ତ୍ତବିଭାଗ ଉପରେ ଥିବା ଦାୟିତ୍ଵ ଶେଷ ହେବ କି ନାହିଁ ତାହା ସନ୍ଦେହ ଘେରରେ ରହିଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୫/୨/୨୦୨୩---୮,୧୦ Sakhigopal News,15/2/2023।

Blog Archive

Popular Posts