Breaking News

ଏତିହ୍ୟ ସୁଆଣ୍ଡୋ ଗ୍ରାମକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ଉଦ୍ଦ୍ୟେଶରେ ଲୋକାର୍ପିତ କଲେ , ଗୋପବନ୍ଧୁ ଦାସଙ୍କ ଦାୟଦ ପରିବାରର ୮ଜଣଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କଲେ


 



ସାକ୍ଷୀଗୋପାଳ----- ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଐତିହ୍ୟ ସୁଆଣ୍ଡୋ ଗ୍ରାମ ଜନସାଧାରଣଙ୍କ ଉଦ୍ଦ୍ୟେଶରେ ଉଦଘାଟିତ କରିଛନ୍ତି ।  ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ, ସଂଗ୍ରାହଳୟ, ପ୍ରମୋଦଉଦ୍ୟାନ, ଗୋପବନ୍ଧୁ ଦାସଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୁତ୍ତି କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି ଅବସରରେ ସୁଆଣ୍ଡୋ ବାରମାଣ ଗହରି ପରିସରରେ ଅନୁଷ୍ଠିତ ସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ ଯୋଗ ଦେଇ  ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଦର୍ଶ, ନୀତି ଓ ସେବାକୁ ଆଜିର ଦିନରେ ସମସ୍ତେ ଗ୍ରହଣ କରିବା ପାଇଁ କହିଥିଷଲ ।  ଏହା ପର ଠାରୁ  ସତ୍ୟବାଦୀ ଯୁଗର ଅନ୍ୟତମ ମହାପୁରଷଙ୍କ ଜନ୍ମପୀଠ ସହିତ ଓଡିଶା ମାଟିର ଅନ୍ୟ ମହାପୁରଷ ମାନଙ୍କ ଜନ୍ମପୀଠ ସବୁ ଐତିହ୍ୟ ସୁଆଣ୍ଡୋ ଗ୍ରାମ ପରି କରାଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଆକାଶ ମାର୍ଗରେ ହେଲିକେପ୍ଟର ଯୋଗେ ଆସି ସଭା ସ୍ଥଳ ନିକଟରେ କରାଯାଇଥିବା ଅସ୍ଥାୟୀ ହେଲିକେପ୍ଟର ପ୍ୟାଡରେ ଓହ୍ଳାଇ  ବ୍ୟାଟେରିଚାଳିତ  ଗାଡିରେ ବସି ଐତିହ୍ୟ ଗ୍ରାମକୁ ଗସ୍ତ କରିଥିଲେ । ତାଙ୍କ ସହିତ ୫ଟି ସଚ୍ଚିବ ଭି. କେ, ପାଣ୍ଡିୟାନ, ଗୋପବନ୍ଧୁ ଦାସଙ୍କ ଦାୟଦ ଧୀରେନ୍ଦ୍ର ନାଥ ଦାସ  ଓ ଅନ୍ୟ ଅଧିକାରୀ ମାନେ ରହିଥିଲେ । ଏହି ଐତିହ୍ୟ ଗ୍ରାମ ବା ଗୋପବନ୍ଧୁ ଦାସଙ୍କ ଜନ୍ମପୀଠର ଉନ୍ନତି କରଣ ପାଇଁ ଉକ୍ତ ପରିବାରର ୮ ଜଣ ସଦସ୍ୟ ସଦସ୍ୟା ମାନଙ୍କୁ ମୁଖ୍ୟମନ୍ତ୍ରୀ ଫୁଲତୋଡା ଓ ଉତ୍ତରୀୟ ଦେଇ ସମ୍ମଦ୍ଧିତ କରିଥିଲେ ।  ଅନ୍ୟତମ ଅତିଥି ଭାବେ ପୁରୀ ସାଂସଦ ପିନାକୀ ମିଶ୍ର,  ଶିକ୍ଷା ମନ୍ତ୍ରୀ ସମିର ରଞ୍ଜନ ଦାଶ, ଓଡିଆ ଭାଷା, ସଂସ୍କୃତି ବିଭାଗର ମନ୍ତ୍ରୀ ଅଶ୍ୱନୀ କୁମାର ପାତ୍ର, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପିପିଲି ବିଧାୟକ ରୁଦ୍ର ପ୍ରସାଦ ମହାରଥୀ , ସମାଜର ପ୍ରକାଶକ ନିରଞ୍ଜନ ରଥ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସତ୍ୟ ନାରୟଣ ମିଶ୍ରଙ୍କ ଦ୍ୱାରା ରଚିତ ଗୋପବନ୍ଧୁ ଜୀବନି ନେଇ ଏକ ପୁସ୍ତକ ଉନ୍ମୋଚନ କରାଯାଇଥିଲା । ସେହିପରି ଲେଖିକା ରୀନା ଶତପଥି, ସହ ଲେଖିକା ବିଜୟଲକ୍ଷ୍ମୀ ଦାଶଙ୍କ ଦ୍ୱାରା ରଚିତ ଐତିହ୍ୟ ଗାଁ ସୁଆଣ୍ଡୋର ଗି୍‌ତିକଥା  କବିତା ପୁସ୍ତକ ପଟ୍ଟନାୟକିକିଆ ସ୍ଥିତ ଗୋପବନ୍ଧୁଙ୍କ ସୂଚନାକେନ୍ଦ୍ର ପରିସରରେ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ, ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ବିଡିଓ ଲୋଚନ ଦାସ , ଡିପିଆରଓ ସନ୍ତୋଷ କୁମାର ସେଠୀ ପ୍ରମୁଖଙ୍କ ଦ୍ୱାରା ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ସ୍ୱାଗତ ଭାଷଣ ଦେଇଥିଲେ ଓଡିଆ ଭାଷା ସଂସ୍କୃତି ବିଭାଗର ଉପସଚ୍ଚିବ ସତ୍ୟବ୍ରତ ସାହୁ । ସତ୍ୟବାଦୀ ସଂଗୀତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ବିଶେଷ କରି ଐତିହ୍ୟ ଗ୍ରାମ ସୁଆଣ୍ଡୋର ଯେଉଁ କାର୍ଯ୍ୟ କରାଯାଇଛି ତାହା ୫ଟି ସଚ୍ଚିବଙ୍କ ଯୋଗୁ ହୋଇ ପାରିଛି ବୋଲି ବିଧାୟକ ଉମାକାନ୍ତ ସାମନ୍ତରାୟ ତାଙ୍କ ଅଭିଭାଷଣରେ କହିଥିଲେ । ସେହିପରି ଉକ୍ତ କାମ ନେଇଥିବା ଓବିସିସି ସଂସ୍ଥା, ଜିଲ୍ଲା ପ୍ରଶାସନ ଓ ସୁଆଣ୍ଡୋ ଗ୍ରାମବାସୀ ମାନଙ୍କ ଉତ୍କଣ୍ଠପୂର୍ଣ୍ଣ ସହଯୋଗ ଯୋଗୁ ଏହା ସମ୍ବବପର ହୋଇପାରିଛି ବୋଲି ଅତିଥି ମାନେ କହିଥିଲେ । ସେହିପରି ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକର କାଦୁଆ ଗ୍ରାମ ପଞ୍ଚାୟତର ପ୍ରଥମ ମହିଳା ଗୋଷ୍ଠୀର ସଦସ୍ୟା କନକଲତା ପଣ୍ଡଙ୍କ ନେତୃତ୍ୱରେ ସଦସ୍ୟା ମାନେ ମୁଖ୍ୟମନ୍ତ୍ରୀଙ୍କୁ ଫୁଲତୋଡା ଓଉପଢ଼ୌକନ ଦେଇ ସ୍ୱାଗତ କରିଥିଲେ । ପରେ ପରେ ବିଭିନ୍ନ ମହିଳା ଗୋଷ୍ଠୀ , କଳାକର ସଂଘର ସଦସ୍ୟ ରମେଶ ଚନ୍ଦ୍ର ପଲେଇଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କୁ ଫୁଲତୋଡା ଓ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଥିଲା ।  ସେହିପରି ପଟ୍ଟନାୟିକିଆ ସ୍ଥିତ ସୂଚନାକେନ୍ଦ୍ରକୁ ସତ୍ୟବାଦୀ ମିଶନଶକ୍ତି  ପରିଚାଳନା ଦାୟତ୍ୱ ନେଇଛନ୍ତି । ଐତିହ୍ୟ ଗ୍ରାମ ପାଇଁ ରାଜ୍ୟ ସରକାର ୩୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି  । ସେଥିପାଇଁ ମୁଖ୍ୟମନ୍ତ୍ରୀ, ୫ଟି ସଚ୍ଚିବ, ପୁରୀ ଜିଲ୍ଲାର ପୂର୍ବତନ ଓ ଏବେର ଜିଲ୍ଲାପାଳଙ୍କ ସହିତ ଓବିସିସି ବିଭାଗର କର୍ମଚାରୀଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ଅତିଥି ମାନେ ସାଧୁବାଦ ଜଣାଇଥିଲେ । ବିଶେଷ କରି ଏହିଉଦଘଶଟନ ଉତ୍ସବରେ ପ୍ରାୟ ୨୦ ହଜାରରରୁ ଅଧିକ ସଂଖ୍ୟାରେ ମହିଳା ପୁରଷ ଯୋଗ ଦେଇଥିଲେ । ହୁଳହୁଳି ସହିତ ହରିବୋଲ ତାଳିମାଡରେ ସଭାସ୍ଥଳ କମ୍ପି ଉଠିଥିଲା । ଶେଷରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଉଦଘାଟିତ ସଭାରେ ସଂଯୋଜକ ଭାବେ ମୃତ୍ୟୁଞ୍ଜୟ ରଥ, ଅଞ୍ଜନ କୁମାର ହୋତା ଓ ସଂଯୋଜିକା ସୌଭାଗିନି ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସେହିପରି ବଳପୁର ଗ୍ରାମ ପଞ୍ଚାୟତର ପ୍ରଜ୍ଞା ପରମିତା ବେହେରା ଛାତ୍ରୀ ଏକ ଫଟୋଚିତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୨/୨୦୨୩----୯,୧୦   Sakhigopal News , 23/2/2023

Blog Archive

Popular Posts