Breaking News

୫୯ ନଂ ଜାତୀୟ ରାଜପଥର ଗଦ୍ରଙ୍ଗିଆ ଘାଟିରେ ଡକାୟତି



ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଗଦ୍ରଙ୍ଗିଆ ଘାଟି ୫୯ ନଂ ଜାତୀୟ ରାଜପଥରେ ଡକାୟତି ଘଟିଛି। ବନ୍ଧୁକ ମୁନରେ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଘାଟି ଉପରେ ଚଳନ୍ତା ଟ୍ରକକୁ ଅଟକାଇ ମାରଣାସ୍ତ୍ର ଦେଖାଇ ମାଡ଼ ମାରି ଟଙ୍କା ଲୁଟି ନେଇଥିବା ଥାନାରେ ଏତଲା ଦେଇଛନ୍ତି ଗାଡି ଚାଳକ । ଅଭିଯୋଗ ପାଇବା ପରେ ପୋଲିସ୍ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଛି । ସୂଚନା ପ୍ରକାରେ ଗତକାଲି ସନ୍ଧ୍ୟା ସମୟରେ ମୁନିଗୁଡ଼ାରୁ ଫ୍ଲାଏ ଆସ୍ ବୋଝେଇ କରି ଏକ ଟ୍ରକ୍ (ଓଆର୍ ୦୭ପି-୩୦୦୪)ଭଞ୍ଚନଗର ଅଭିମୁଖେ ଆସୁଥିବା ବେଳେ ପରମପାଙ୍ଗା ସ୍କୁଲର ପ୍ରଧାନ ଶିକ୍ଷକ ବିଧାନ ଚନ୍ଦ୍ର ଜେନା ଟ୍ରକକୁ ଲିଫ୍ଟ ମାଗି ବାଲିଗୁଡ଼ା ଆସୁଥିଲେ। କିଛି ବାଟ ଆସିବା ପରେ ଗଦ୍ରଙ୍ଗିଆ ଘାଟିରେ କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଗାଡ଼ି ଅଟକାଇବା ପରେ ଡ୍ରାଇଭର ମୁଣ୍ଡରେ ବନ୍ଧୁକ ଲଗାଇ ଉଭୟଙ୍କୁ ମାଡ଼ ମାରି ଗାଡ଼ି ଭଙ୍ଗାରୁଜା କରିବା ସହ ଡ଼୍ରାଇଭର ଓ ଶିକ୍ଷକଙ୍କ ନିକଟରୁ ୨୬ ହଜାର ୭୮୦ ଟଙ୍କା ଲୁଟି ନେଇଥିବା ବାଲିଗୁଡ଼ା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପ୍ରକାରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୯/୨/୨୦୨୩----୮,୩୫ Sakhigopal News,9/2/2023

Blog Archive

Popular Posts