କାଳିଆଗୁଡା କେଦାର ଜେନା ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ, ଆଜୀବନ କାରାଦଣ୍ଡ
ଭଞ୍ଜନଗର-- ଗାଙ୍ଗପୁର ଥାନା ଅନ୍ତର୍ଗତ କାଳିଆଗୁଡା ଗାଁ ରେ ଗତ ୨୦୧୬ ମସିହାରେ ହୋଇଥିବା ଏକ ହତ୍ୟା ଘଟଣାର ଅଭିଯୁକ୍ତ ଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ଆଦେଶ ମିଳିଛି। ଗତ ୧୪-୧୦-୨୦୧୬ ତାରିଖରେ , ଗାଙ୍ଗପୁର ଥାନା ଅନ୍ତର୍ଗତ କାଳିଆଗୁଡା ଗାଁ ର କେଦାର ଜେନା ଙ୍କୁ ଖଣ୍ଡାରେ ହାଣି ହତ୍ୟା କରା ଯାଇଥିଲା । ଏନେଇ ଗାଙ୍ଗପୁର ଥାନା ରେ ଲିଖିତ ଅଭିଯୋଗ ହୋଇଥିଲା । ଘଟଣାରେ ସଂପୃକ୍ତ କାଳିଆଗୁଡା ଗାଁ ର ଗଣେଶ ପ୍ରଧାନ କୁ ଗିରଫ କରିଥିଲା ପୋଲିସ । ଆସିକା ଅତିରିକ୍ତ ଜିଲ୍ଲା ଦୈାରାଜଜ୍ ଙ୍କ ଅଦାଲତ ରେ ଏହି ମାମଲାର ବିଚାର ଚାଲିଥିଲା । ତତ୍କାଳୀନ ଥାନାଧିକାରୀ ଚିତ୍ତରଞ୍ଜନ ବେହେରାଙ୍କ ସମେତ ୧୨ ଜଣ ସାକ୍ଷୀଙ୍କ ବୟାନ ଆଧାର ରେ ମାନ୍ୟବର ବିଚାରପତି ପ୍ରବୀର କୁମାର ଚୈ।ଧରୀ ଏହି ରାୟ ଶୁଣାଇଥିଲେ । ଆଜୀବନ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରାଯାଇଛି । ଜରିମାନା ଅନାଦେୟ ଅଧିକ ୪ ମାସ ଜେଲ୍ ଦଣ୍ଡ ହୋଇଛି । ଏହି ମାମଲାକୁ ସରକାରୀ ଓକିଲ ସୁଧାଂଶୁ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ ଆଇନଜୀବୀ ସୂର୍ଯ୍ୟ ପ୍ରକାଶ ରାଓ ସହଯୋଗ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୫/୨/୨୦୨୩---୧୨,୧୦ Sakhigopal News,25/2/2023