ଜଟଣୀ ମହାବିଦ୍ୟାଳୟର ୪୭ତମ ସାମ୍ବସ୍ରିକ ଉତ୍ସବ ପାଳିତ
ଜଟଣୀ ---- ଉତ୍ତମ ଚରିତ୍ର ମାର୍ଜିତ ବ୍ୟବହାର ଦ୍ବାରା ଶିକ୍ଷାଗ୍ରହଣର ପୂର୍ଣ୍ଣତା ଲାଭ ହୋଇଥାଏ ।ଏବଂ ଆଦର୍ଶ ଚରିତ୍ର ଗଠନ ହିଁ ଶିକ୍ଷାଗ୍ରହଣର ବାସ୍ତବତ ସଫଳତା , ଏହା ଥିଲା ଜଟଣୀ ମହାବିଦ୍ୟାଳୟର ୪୭ତମ ସାମ୍ବତ୍ସରିକ ଦିବସରେ ଯୋଗ ଦେଇଥିବା ଅତିଥି ମାନଙ୍କର ଅଭିବ୍ୟକ୍ତି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବଂଶୀଧର କରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା ୪୭ତମ ସାମ୍ବତ୍ସରିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜଟଣୀର ତହସିଲଦାର ମାନନୀୟା ରୁମାନା ଜାଫୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ
ଦର୍ଶନାତ୍ମକ ଉପାଖ୍ୟାନ ମାଧ୍ୟମରେ ଉତମ ଚରିତ୍ର ଗଠନ ଓ ଶିକ୍ଷାଦାନଙ୍କୁ ସଠିକ୍ ଭାବରେ ଗ୍ରହଣ କରିବା
ପାଇଁ ଉପଦେଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ତପନ ମହାପାତ୍ର ଯୋଗଦେଇ ବିଭିନ୍ନ
ଉଦାହରଣ ମାଧ୍ୟମର ଛାତ୍ରଛାତ୍ରୀହିଁ ରାଷ୍ଟ୍ର ଗଠନର ମହାନାୟକ ଓ ଶିକ୍ଷାଦାନ ହିଁ ସମାଜର ମହାତ କର୍ମବୋଲି ମତ ପ୍ରକାଶ କରିଥିଲେ। ସମ୍ମାନୀତ ଅତିଥିଭାବେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ରାଜୀବ କୁମାର କର
ଯୋଗଦେଇ ଭଲ ମଣିଷ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟର ମୁଖପତ୍ର ‘ ପ୍ରତିଭା’ର ଉନ୍ମୋଚନ ଅତିଥିମାନଙ୍କର
କରକମଳରେ ଅନୁଷ୍ଠିତ ହୋଇଥିଲା। ପ୍ରଥାସିଦ୍ଧ ଧାରାରେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. କରଙ୍କୁ
ସମ୍ବର୍ଦ୍ଧିତ କରିବା ସହିତ ଦୀର୍ଘ ୨୫ବର୍ଷ ସେବା ସମାପ୍ତ କରିଥିବା କର୍ମଚାରୀ ରବିନ୍ଦ୍ର ନାଥ ଦାସ, ଅଞ୍ଜଳୀ
ପୃଷ୍ଟି, ଉମାକାନ୍ତ ଦାସ, ରମେଶ ଚନ୍ଦ୍ର ବଡ଼ଜେନା, ଅମୂଲ୍ୟ ବେହେରା ଓ ପ୍ରକାଶ ଚନ୍ଦ୍ର ଜେନାଙ୍କୁ ସମ୍ବନ୍ଧିତ
କରାଯାଇଥିଲା। ନୂତନ ବହି ସମ୍ପାଦନା ପାଇଁ ଡ. କମଳ କୁମାର ପାଣି ଏବଂ ଡ.ପ୍ରୀତିସୀମା ସ୍ଵାଇଁଙ୍କୁ ମଧ୍ୟ
ସମ୍ବର୍ଦ୍ଧନା ଦିଆଯାଇଥିଲା। ସଭାକାର୍ଯ୍ୟର ପ୍ରାରମ୍ଭରେ ସାମ୍ବତ୍ସରିକ ଉତ୍ସବର ଅବାହକ ଡ. ସନ୍ତୋଷ କୁମାର
ବିଶ୍ଵାଳ ଅତିଥୁ ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଶାସନିକ ଅଧିକାରୀ ଡ. କମଳ କୁମାର ପାଣି
ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଡ. ଲିଙ୍ଗରାଜ ପାତ୍ର, ପ୍ରାଧ୍ୟାପକ ଅଜିତ କୁମାର ସୁନ୍ଦରାୟ,
ଡ. ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଅଧ୍ୟାପିକା ପରିମିତା ପ୍ରହରାଜ, ଅଧ୍ୟାପକ କାର୍ତ୍ତିକ ଚନ୍ଦ୍ର ଦାସ ଓ ଡ. ତପନ