ସତ୍ୟବାଦୀରେ ୫ଟି ରାଜ୍ୟର ଅଧିକାରୀ ଓ ଜନପ୍ରତିନିଧି ବିଭିନ୍ନ ସ୍ଥାନ ପରିଦର୍ଶନ କଲେ
ସାକ୍ଷୀଗୋପାଳ---- ସିକିମ, ଉତ୍ତରାଖଣ୍ଡ, ତେଲେଙ୍ଗାନା, ମଧ୍ୟପ୍ରଦେଶ ସହିତ ପୁଡୁଚେରୀ ରାଜ୍ୟର ବିଭିନ୍ନ ବିଭାଗର ଅଧିକାରୀଙ୍କ ସହିତ ଜନପ୍ରତିନିଧି ମାନେ ସତ୍ୟବାଦୀ ବ୍ଳକ ଗସ୍ତ କରିଥିଲେ । ସେମାନେ ପ୍ରଥମେ ୫ଟି ଅଧିନରେ ଥିବା ପଟ୍ଟନାୟିକିଆ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ବୁଲିକି ଦେଖିଥିଲେ । ବିଶେଷ କରି ଉକ୍ତ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହିତ ଆଲେଚନା କରିଥିଲେ । ଏପରିକି ଓଡିଶାରେ ୫ଟି ଯୋଜନାରେ ବିଦ୍ୟାଳୟର କିପରି ଉନ୍ନତି ହୋଇପାରିଛି ସେ ଦିଗପ୍ରତି ଆସିଥିବା ଅଧିକାରୀ ଓ ଜନପ୍ରତିନିଧି ମାନେ ପଚାରିବୁଝିଥିଲେ । ବିଶେଷ କରି ଇ- ଲାଇବ୍ରେରୀ ଦ୍ୱାରା କିପରି ସୁବିଧା ପାଇ ହେଉଛି ତାହା ଜାଣିଥିଲେ । ସେହିପରି ସେମାନେ ସାକ୍ଷୀଗୋପିନାଥ ଦେବଙ୍କୁ ଦର୍ଶନ କରିଥିଲେ । ସେଠାରେ ବିଦ୍ୟାଧରପୁର ଗ୍ରାମ ପଞ୍ଚାୟତରେ ସତ୍ୟବାଦୀ ବ୍ଳକ ପ୍ରଶାସନ ପକ୍ଷରୁ କରାଯାଇଥିବା ଗ୍ରାମୀଣପାର୍କ, ଅଙ୍ଗନୱାଡି ଗୃହ, ପ୍ରାଇମେରୀ ବିଦ୍ୟାଳୟ, ଲାଇବ୍ରେରୀ ଗୃହ, ମିଶନଶକ୍ତି ଗୃହ ସହିତ ପଞ୍ଚାୟତ କାର୍ଯ୍ୟାଳୟ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀଙ୍କ ଗୃହ ପରିଦର୍ଶନ କରିଥିଲେ । ଏପରିକି ଗୋଟିଏ ସ୍ଥାନରେ ସମସ୍ତ କାର୍ଯ୍ୟାଳୟ ଓ ଘର ଦେଖି ବାହାର ରାଜ୍ୟରୁ ଆସିଥିବା ଅଧିକାରୀ ଓ ଜନପ୍ରତିନିଧି ମାନେ ବହୁତ ଖୁସି ହୋଇଥିଲେ । ସେମାନଙ୍କ ସହିତ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ସତ୍ୟବାଦୀ ବିଡିଓ ଲୋଚନ ଦାସ, ସହକାରୀ ଯନ୍ତ୍ରୀ ବିଶ୍ୱମୋହନ ପଟ୍ଟନାୟକ, ଜିପିଓ ସୌଭାଗ୍ୟ ରଞ୍ଜନ କରଙ୍କ ସହିତ ଅନ୍ୟ ଜେଇ ଓ ବିଦ୍ୟାଧରପୁର ସରପଞ୍ଚ ଦୁଶାସନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୨/୨୦୨୩---୮.୧୦ Sakhigopal News, 20/2/2023