ପଞ୍ଚାୟତ କାର୍ଯ୍ୟାଳୟ ରେ ଅଗ୍ନିକାଣ୍ଡ , ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ନଷ୍ଟ
ଭଞ୍ଜନଗର - ପଞ୍ଚାୟତ କାର୍ଯ୍ୟାଳୟ ରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ଘଟିଛି । ଅଗ୍ନିଶମ ବାହିନୀ ନିଆଁ କୁ ଆୟତ୍ତ କରିଥିବା ବେଳେ ଥାନାରେ ଅଭିଯୋଗ ପରେ ପୋଲିସ୍ ଏବଂ ବିଭାଗୀୟ ଅଧିକାରୀ ଘଟଣାର ଅନୁଧ୍ୟାନ କରିଛନ୍ତି । ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ଖଇରପୁଟି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଘଟିଛି ଏଭଳି ଘଟଣା । ପଞ୍ଚାୟତ କାର୍ଯ୍ୟାଳୟ ବନ୍ଦ ରହିଥିବା ବେଳେ ସଂଧ୍ୟା ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ପଞ୍ଚାୟତ କାର୍ଯ୍ୟାଳୟ ରୁ ନିଆଁ ବାହାରୁଥିବା ଦେଖି ଜନୈକ କର୍ମଚାରୀ ଜଣକ , ସରପଞ୍ଚ ସତ୍ୟବାନ ସ୍ବାଇଁ ଙ୍କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ସରପଞ୍ଚ ପହଞ୍ଚି ଅଗ୍ନିଶମ ବିଭାଗକୁ ଜଣାଇବା ପରେ ଅଗ୍ନିଶମ ବାହିନୀ ନିଆଁ କୁ ଲିଭାଇଥିଲେ । ପଞ୍ଚାୟତ କାର୍ଯ୍ୟାଳୟ ଏସି , ଫ୍ୟାନ୍ , ଚୌକି , ଟେବୁଲ୍ ସମେତ ପ୍ରାୟ ସାଢେ ତିନି ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ମୂଲ୍ୟର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି । ଏହା ସହ କିଛି କାଗଜପତ୍ର ମଧ୍ୟ ପୋଡିଥିବା , ସରପଞ୍ଚଙ୍କ ଠାରୁ ସୂଚନା ମିଳିଛି । ଅନ୍ୟଏକ ସୂଚନା ପ୍ରକାରେ ଜଣାପଡିଛି ନିକଟସ୍ଥ ସିଦ୍ଧେଶ୍ବର ପାହାଡ଼ ର ଜଙ୍ଗଲ ନିଆଁ ରେ ଏଭଳି ଘଟଣା ସୃଷ୍ଟି ହୋଇଥିବା ସନ୍ଦେହ କରାଯାଉଛି । ଯେହେତୁ ପଞ୍ଚାୟତ କାର୍ଯ୍ୟାଳୟ କୁ ଯାଇଥିବା କେବୁଲ୍ ତାର ରେ ନିଆଁ ଲାଗି , ତାହା କାର୍ଯ୍ୟାଳୟ ଭିତରେ ଜଳିଯାଇଥିବା ସନ୍ଦେହ କରାଯାଉଛି । ଏନେଇ ଗାଙ୍ଗପୁର ଥାନାରେ ଏକ ଲିଖିତ ଏତାଲା ଦିଆଯାଇଛି । ଘଟଣା ପରଦିନ ଗାଙ୍ଗପୁର ଥାନା ପୋଲିସ ଏବଂ ବେଲଗୁଣ୍ଠା ବିଡ଼ିଓ ରୋଶନ୍ ଶତପଥୀ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୮/୨/୨୦୨୩-----୯,୪୫ Sakhigopal News,28/2/2023