Breaking News

ନୂଆସୋମେଶ୍ୱରପୁର ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି କୁ ପୁରିଲା ବର୍ଷେ, ପୋଲିସ ହାତ ଖାଲି




 ସାକ୍ଷୀଗୋପାଳ-----  ସତ୍ୟବାଦୀ ଥାନା ଅନ୍ତର୍ଗତ  ନୂଆସୋମେଶ୍ୱରପୁର ଗ୍ରାମ ର ଆରାଧ୍ୟ ଠାକୁର ଶ୍ରୀ ଗୋପୀନାଥ ଦେବ ଙ୍କ ମନ୍ଦିର ରୁ ଶହ ଶହ ବର୍ଷ ତଳର ୭ ଟି ପୁରାତନ ଅଷ୍ଟଧାତୁ ମୂର୍ତ୍ତି ଚୋରି  ଘଟଣା କୁ ବର୍ଷେ ବିତିଗଲା। ମାତ୍ର ପୋଲିସ ହାତ ଖାଲି। ନାହିଁ ଅଷ୍ଟଧାତୁ ମୂର୍ତ୍ତି ଉଦ୍ଧାର କରି ପାରିଲେ ନା ଚୋର ର ସନ୍ଦାନ ନେଇପାରିଲେ। କେବଳ ମାତ୍ର ପୋଲିସ ଏକ କେସ ରୁଜୁ କରି ତଦନ୍ତ ନାମରେ ହାତବାନ୍ଦି ବସିଛି ।  ସୁଚନା ଯୋଗ୍ୟ ଯେ ଗତ ବର୍ଷ ୧୩ ଫେବୃୟାରୀ ବିଳମ୍ବିତ ରାତି ରେ ଦୁର୍ବୃତ ମାନେ ମାନେ ମନ୍ଦିର ର ଗ୍ରିଲ ଭାଙ୍ଗି ୭ ଟି ଅଷ୍ଟଧାତୁ ମୂର୍ତ୍ତି ଚୋରି କରିନେଇଥିଲେ। ଚୋରି କରିବା ପରେ  ନାଟକୀୟ ଢଙ୍ଗ ରେ ମନ୍ଦିର ମୁଖ୍ୟ କବାଟ ରେ  ପୁରୁଣା ତାଲା ପରି ଅନୁରୂପ ଏକ ତାଲା ପକାଇ ପଳାଇଥିଲେ  । ତାପର ଦିନ ସକାଳେ ପୂଜକ ମନ୍ଦିର ଖୋଲିବା ସମୟରେ ମନ୍ଦିର ରେ ମୂର୍ତ୍ତି ନଥିବା ଦେଖି ସମସ୍ତେ ଗଭୀର ଦୁଃଖିତ ଓ ଆଶ୍ଚର୍ଯ୍ୟ ହୋଇଥିଲେ ଓ ସତ୍ୟବାଦୀ ଥାନା ରେ ଗ୍ରାମବାସୀ ଲିଖିତ ଅଭିଯୋଗ କରିଥିଲେ । ଏ ନେଇ ସତ୍ୟବାଦୀ ଥାନା ରେ ୫୬/୨୦୨୨ ମାମଲା ରୁଜୁ କରି ତଦନ୍ତ କରିଥିଲେ। ପରବର୍ତ୍ତୀ ସମୟ ରେ ତଦନ୍ତ ନ ଆଗେଇବା ହେତୁ ଗ୍ରାମବାସୀ ପୁରୀ ଜିଲ୍ଲାପାଳ, ପୁରୀ ଏସପି, ପୋଲିସ ମହାନିର୍ଦ୍ଦେଶକ ଙ୍କୁ ପତ୍ର ମାଧ୍ୟମ ରେ ଜଣାଇଥିଲେ । କୈାଣସି ସନ୍ତୋଷ ଜନକ ଉତ୍ତର ନପାଇବାରୁ ମୂର୍ତ୍ତି ଚୋରି ପ୍ରତିବାଦ ରେ ଗ୍ରାମବାସୀ ୦୫ ମାର୍ଚ୍ଚ ୨୦୨୨ ରେ ସାକ୍ଷୀଗୋପାଳ - ଅଳଗୁମ୍ ରାସ୍ତା ଉପରେ ୧୨ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ । ମୂର୍ତ୍ତି ଚୋରି ଅଞ୍ଚଳବାସୀ ଙ୍କ ଧର୍ମୀୟ ଭାବନା କୁ ଗଭୀର ଆଘାତ ଦେଇଥିଲା।  ଗତ ବର୍ଷ ଦୋଳ ଯାତ୍ରା ସମୟ ରେ ଗ୍ରାମ ମନ୍ଦିର ରେ ମୂର୍ତ୍ତି ନଥିବାରୁ ଚଉଦଳ ଉପରେ  ମୂର୍ତ୍ତି ବଦଳରେ ଗୁଆ ପୂଜା କରିଥିଲେ ଗ୍ରାମବାସୀ।  
ଶେଷ ରେ ସବୁ ଆଡୁ ନିରାଶ ହେବା ପରେ ଗ୍ରାମବାସୀ ନିଜସ୍ଵ ଉଦ୍ୟମ ରେ  ଏପ୍ରିଲ ମାସରେ  ନୂତନ ବିଗ୍ରହ ପ୍ରତିଷ୍ଠା କରିଥିଲେ।  ତେବେ ଏହି ଘଟଣା କୁ   ଆଜି ବର୍ଷେ ପୂର୍ଣ୍ଣ ହୋଇଗଲା କିନ୍ତୁ ପୁରାତନ ମୂର୍ତ୍ତି ର ସନ୍ଧାନ ମିଳିଲା ନାହିଁ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୨/୨/୨୦୨୩-----୮,୧୦ Sakhigopal News,12/2/2023

Blog Archive