ଅବକାରୀ ବିଭାଗ ର ଚଢ଼ାଉ , ଗଞ୍ଜେଇ ସହ ବିଦେଶୀ ମଦ ଜବତ , ୩ ଗିରଫ
ଭଞ୍ଜନଗର - ଭଞ୍ଜନଗର ଥାନା ଅନ୍ତର୍ଗତ ଖାରିଗୁଡା ଗ୍ରାମ ନିକଟରେ ଛତ୍ରପୁର ଭ୍ରାମ୍ୟମାଣ ଅବକାରୀ ବିଭାଗର କର୍ମଚାରୀ ମାନେ ଚଢାଉ କରିଥିଲେ । ଘଟଣା ସ୍ଥଳରୁ ୨୦ କିଲେ ଗଞ୍ଜେଇ ଜବତ କରିଛି ବିଭାଗ । ସେହିଭଳି ଘଟଣା ସ୍ଥଳରେ ଅନ୍ୟ ଗାଡ଼ିକୁ ଯାଞ୍ଚ ବେଳେ , ଏକ ଲୁନା ଏଳ୍କସଲ ଗାଡି ରେ ଚାଲାଣ ହେଉଥିବା ୧୮ ଲିଟର ବିଦେଶୀ ମଦ ମଧ୍ୟ ଜବତ କରିଛି ଅବକାରୀ ଟିମ୍ । ସମସ୍ତ ୩ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଛତ୍ରପୁର ଭ୍ରାମ୍ୟମାଣ ଟିମ୍ ର ଅବକାରୀ ଅଧିକାରୀ ସୂର୍ଯ୍ୟ ନାରାୟଣ ରଥ ସୁଚନା ଦେଇଛନ୍ତି ।ଗିରଫ ମାନେ ହେଲେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ପଦୁରାହା ଗ୍ରାମର ପ୍ରଶ୍ନ ଦିଗାଲ ,ମନୋଜ ଦିଗାଲ ଓ ମୁଜାଗଡ ଗ୍ରାମର କୃଷ୍ଣଚନ୍ଦ୍ର ସାହୁ । ଅବକାରୀ ଅଧିକ୍ଷକ ଦେବୀ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢାଉ କରାଯାଇଥିଲା । ଖବର ପ୍ରକାରେ ପ୍ରଶ୍ନ ଓ ମନୋଜ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରୁ ବେଆଇନ ଭାବେ ଗଞ୍ଜେଇ ଧରି ଏକ ଯାତ୍ରୀବାହି ବସରେ ଆସି ଖାରିଗୁଡା ଗ୍ରାମ ନିକଟ ଟୋଲଗେଟ୍ ଠାରେ ଓହ୍ଲାଇ ଭଞ୍ଜନଗର ଅଭିମୁଖେ ଆସିବା ପାଇଁ , ଆଉ ଏକ ବସକୁ ଅପେକ୍ଷା କରିଥିଲେ । ଏହି ସମୟରେ ଛତ୍ରପୁର ଭ୍ରାମ୍ୟମାଣ ଅବକାରୀ କର୍ମଚାରୀମାନ ଘଟଣାସ୍ଥଳରେ ପହଞ୍ଚିଥିଲେ । ବେଆଇନ ଭାବେ ଗଞ୍ଜେଇ ଚାଲାଣ କରୁଥିବା ୨ ବ୍ୟବସାୟୀ ମନୋଜ ଓ ପ୍ରଶ୍ନ ଙ୍କୁ ଗିରଫ କରିଥିବା ବେଳେ ସେହି ସମୟରେ ମୁଜାଗଡ ଗ୍ରାମର କୃଷ୍ଣଚନ୍ଦ୍ର ସାହୁ ଏକ ଲୁନାଏଳ୍କସିଲ ଗାଡିରେ ବିଭିନ୍ନ ପ୍ରକାରର ବିଦେଶୀ ମଦ ଧରି ଆସୁଥିବା ଖବର ପାଇ ଅବକାରୀ ଭ୍ରାମ୍ୟମାଣ ଦଳ ଚଢାଉ କରି୧୮ଲିଟର ମଦ ସହ ଲୁନାଗାଡିକୁ ମଧ୍ୟ ଜବତ କରିଥିଲେ ।
ଅଭିଯୁକ୍ତ କୃଷ୍ଣଚନ୍ଦ୍ର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ।ଏହାକୁ ନେଇ ଅବକାରୀ ଭ୍ରାମ୍ୟମାଣ ବିଭାଗ ପକ୍ଷରୁ ୬୮.୬୯ ଓ ୭୦/୨୩ରେ ୩ ଟି ମାମଲା ରୁଜୁ କରାଯାଇଥିବା ଶ୍ରୀ ରଥ ସୁଚନା ଦେଇଛନ୍ତି । ଏହି ଚଢାଉ ସମୟରେ ଏଏସଆଇ ଆର,ଏନ ବିଶ୍ବାଳ, ଧନଞ୍ଜୟ ଦାଶ, ରିନା ରେଡି, ଲକ୍ଷ୍ମଣ ପ୍ରଧାନ, ମୋନାଲିସା ବାଗ ପ୍ରମୁଖ ସାମିଲ୍ ହୋଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୨/୨୦୨୩----୯,୫୦ Sakhigopal News,23/2/2023