Breaking News

ଶିଖର ସାରଙ୍କ ଅମର ଆତ୍ମାର ସଦଗତି ପାଇଁ ଶିକ୍ଷକ ମାନଙ୍କର ନିରବ ପ୍ରାର୍ଥନା



ଡେଲାଙ୍ଗ ------ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୋଟରୀ ସ୍କୁଲର ଶିକ୍ଷକ  ଚନ୍ଦ୍ରଶେଖର ଧାଉଡିଆ ଶିଖରସାରଙ୍କ  ହୃଦଘାତରେ ଅକାଳ ମୃତ୍ୟୁ ହୋଇଯାଇଛି ।  ତାଙ୍କ ବିୟୋଗରେ ଘୋରଡିଆ, ମୋଟରୀ,ଆଙ୍କୋଇ,କୁମୁଣ୍ଡାଳ ,କଅଁଳପଡା ସମେତ ସମଗ୍ର ଡେଲାଙ୍ଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବିଇଓ ରବିନାରାୟଣ ନନ୍ଦ, ଏବିଇଓ ଯୁଧିଷ୍ଠିର ପରିଡ଼ା, ଲକ୍ଷ୍ମଣ ପ୍ରଧାନ ଘୋରଡିଆ ସ୍ଥତ ତାଙ୍କ ବାସଭବନରେ ପହଞ୍ଚି ୧୦ ହଜାର ଟଙ୍କା ଜିଆଇଏସ୍ ସହାୟତା ପ୍ରଦାନ ସହ ପରିବାର ଙ୍କୁ ସମବେଦନା ଜଣାଇଛନ୍ତି।ସ୍ଵର୍ଗତ ଆତ୍ମାର ସଦଗତି ପାଇଁ ଡେଲାଙ୍ଗ ହାଟ ବଜାରସ୍ଥିତ ସଂଘ ଘରେ ଶିକ୍ଷକ ନେତା ମିଟୁ କିଶୋର ପ୍ରଧାନଙ୍କ ତତ୍ବାବଧାନରେ ଏକ ନିରବ ପ୍ରାର୍ଥନା କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ  ଦିଗମ୍ବର ରଥ, ପ୍ରଶାନ୍ତ ଦାସ , ସୁରେନ୍ଦ୍ର ସାହୁ ଅନନ୍ତ ସାହୁ,ଅଭୟ ରଥ,ପ୍ରଭାତ ସେଠୀ, ସୁରେନ୍ଦ୍ର ନାୟକ, ଗଙ୍ଗା ମଲିକ,ଶରତ ପ୍ରଧାନ,ଗୋପାଳ ମହାପାତ୍ର, ରବିନ୍ଦ୍ର ବେହେରା , ଦିଲିପ ପ୍ରଧାନ, ସୂର୍ଯ୍ୟ ସେଠୀ , ଅନ୍ନପୂର୍ଣ୍ଣା ହରିଚନ୍ଦନ ପ୍ରମୁଖ ଯୋଗଦେଇ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।  ଦୁଃଖରେ ଭାଙ୍ଗି ପଡିଥିବା ପତ୍ନୀ କୁନ୍ତଳା ବିଶ୍ବାଳ,ଭାଇ ଅଜୟ ଓବିଜୟ ଧାଉଡିଆଙ୍କୁ ଭେଟି ସାନ୍ତ୍ୱନା ଦେଇଛନ୍ତି । ଏମାନଙ୍କ ସହ ସିଆରସିସି ଦୟାନିଧି ମାର୍ଥା, ଶିକ୍ଷକ ଦୁର୍ଗା କେଶରୀ ପରିଡ଼ା , ରମାକାନ୍ତ ବେହେରା, ଦିଲିପ ବେହେରା,ଅଭୟ ସାହୁ, ଅଭିମନ୍ୟୁ ସିଂ,ଅଶୋକ ପ୍ରଧାନ,ଅଶ୍ଵିନୀ ସ୍ଵାଇଁ ପୂର୍ବତନ ସଂଘ ସଭାପତି ପ୍ରହଲ୍ଲାଦ ସ୍ଵାଇଁ, ପ୍ରଧାନ ଶିକ୍ଷୟିତ୍ରୀ ମମତା ମହାନ୍ତି, ଦିବାକର ସେଠୀ ଆଦି ବିଭିନ୍ନ ଶିକ୍ଷକ କୁଳ ଯୋଗଦେଇ ଅନୁରୂପ ସମବେଦନା ଜଣାଇ ତାଙ୍କ ଏକାଦଶାହ କାର୍ଯ୍ୟକ୍ରମ ରେ ଯୋଗଦେବାକୁ କହିଛନ୍ତି। ପ୍ରକାଶଥାଉକି ତାଙ୍କ ମରଶରୀରକୁ ଏକ ଶୋକାକୁଳ ପରିବେଶରେ ଘୋରଡିଆ,ମୋଟରୀ ଗାଁ,ମୋଟରୀ ବିଦ୍ୟାଳୟ ପରିସରରେ ସଂକୀର୍ତ୍ତନ ସହ ପରିକ୍ରମା କରାଯାଇ ଗ୍ରାମ୍ୟ ଶ୍ମଶାନରେ ସତ୍କାର କରାଯାଇଥିଲା। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୯/୨/୨୦୨୩----୯,୨୫ Sakhigopal News,19/2/2023

Blog Archive

Popular Posts