Home
/
Unlabelled
/
ମୁଖ୍ଯମନ୍ତ୍ରୀ ଙ୍କ ୨୩ ତାରିଖ ଐତିହ୍ୟ ପ୍ରକଳ୍ପ ଲୋକାର୍ପଣ ନେଇ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି
ମୁଖ୍ଯମନ୍ତ୍ରୀ ଙ୍କ ୨୩ ତାରିଖ ଐତିହ୍ୟ ପ୍ରକଳ୍ପ ଲୋକାର୍ପଣ ନେଇ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି
ସାକ୍ଷୀଗୋପାଳ--- ଆସନ୍ତା ୨୩ ତାରିଖରେ ମୁଖ୍ଯମନ୍ତ୍ରୀ ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପ ଲୋକାର୍ପଣ କରିବେ। ସେଥିପାଇଁ ରାଜଧାନୀ ଠାରୁ ଆରମ୍ଭ କରି ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ସୁଆଣ୍ଡୋ ରେ ଅଧିକାରୀ ମାନେ ଟିକିନିଖି ଭାବେ ସବୁ କାମ ତଦାରଖ କରୁଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ସମୟରେ ଯେପରିକି କୈାଣସି ଅଘଟଣ ନ ଘଟେ ସେଥିପାଇଁ ଅଧିକାରୀ ମାନେ ଏବେ ଠାରୁ ସଜାଗ ହେବା ସହ ସୁଆଣ୍ଡୋ ଗ୍ରାମ ଗସ୍ତ କରୁଛନ୍ତି। ମଙ୍ଗଳବାର ସକାଳେ ସଂସ୍କୃତି ବିଭାଗ ଡାଇରେକ୍ଟର ରଞ୍ଜନ କୁମାର ଦାଶ,ଅତିରିକ୍ତ ସଂସ୍କୃତି ଶାସନ ସଚିବ ମଧୁସୂଦନ ଦାଶ ଅତିରିକ୍ତ ଜିଲାପାଳ ପ୍ରଦୀପ୍ତ କୁମାର ସାହୁ ପ୍ରମୁଖ ଅଧିକାରୀ ମାନେ ହେଲିପ୍ଯାଡ ଅବତରଣ ସ୍ଥାନ, ସଭା ମଣ୍ଡପ, ସଂଗ୍ରହାଳୟ ପରିସରରେ ପେଣ୍ଟିଙ୍ଗ ଆଦି ଚାଲୁ ରହିଥିବା କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଅତିରିକ୍ତ ଜିଲାପାଳ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଅପରାହ୍ନ ରେ ଅତିରିକ୍ତ ଜିଲାପାଳ ( ପ୍ରୋଟକଲ୍ ) ଦିଲ୍ଲିପ କୁମାର ମହାପାତ୍ର, ଜିଲା ମୁଖ୍ଯ ଉନ୍ନୟନ ଅଧିକାରୀ ଓ ଜିଲାପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ଜ୍ଯୋତି ଶଙ୍କର ମହାପାତ୍ର, ଜିଲା ସୂଚନା ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠି, ସହକାରୀ ଜିଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଜିଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା, ଜିଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ ପ୍ରମୁଖ ଉପସ୍ଥିତ ରହି ପୁଣ୍ଯାତ୍ମା ଗୋପବନ୍ଧୁଙ୍କ ଜନ୍ମପୀଠ, ପ୍ରମୋଦ ଉଦ୍ଯାନ, ରାଧାବିନୋଦ ବିହାରୀ ଠାକୁର ଙ୍କ ମନ୍ଦିର, ସଂଗ୍ରହାଳୟ ଆଦି ବୁଲି ଦେଖିଥିଲେ । ଯାହା କାମ ଅସମାପ୍ତ ରହିଛି ତାକୁ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ନିରବଚ୍ଛିନ୍ନ ବିଜୁଳି ଯୋଗାଣ ପାଇଁ ବିଦ୍ଯୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ସ୍ମୁତିରଞ୍ଜନ ସ୍ୱାଇଁ, ଉପଖଣ୍ଡ ଅଧିକାରୀ ରାମନାରାୟଣ ପଟ୍ଟନାୟକ ଓ ଯନ୍ତ୍ରୀ ଅମିତାଭ ମଙ୍ଗରାଜ ସୁଆଣ୍ଡୋ ରେ ପହଞ୍ଚି ନିଜ ବିଭାଗ ର କାର୍ଯ୍ୟ ତ୍ୱରାନ୍ୱିତ କରିଥିଲେ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଏସଡିପିଓ ଦେବଦତ୍ତ ବରାଳ ଓ ଆଇଆଇସି ବିଜୟକେତନ ବେହେରା ଟ୍ରାଫିକ ନିୟନ୍ତ୍ରଣ ପାଇଁ ବାରିକେଟ ଠାରୁ ଆରମ୍ଭ କରି ଆଇନଶୃଙ୍ଖଳା ସମ୍ପର୍କରେ ସମିକ୍ଷା କରିଥିଲେ । ସୁଆଣ୍ଡୋ ରେ ଶହଶହ ଲୋକଙ୍କ ଗହଳି ଏବେ ଠାରୁ ପରିଲକ୍ଷିତ ହେଉଛି । ଐତିହ୍ୟ ପ୍ରକଳ୍ପ ଲୋକାର୍ପଣ ନ ହେବା ଆଗରୁ ଲୋକମାନେ ବୁଲାବୁଲି କରି ବିଭିନ୍ନ ପ୍ରକଳ୍ପର କାମ ଦେଖିଛନ୍ତି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୧/୨/୨୦୨୩----୯,୪୫ Sakhigopal News ,21/2/2023
ମୁଖ୍ଯମନ୍ତ୍ରୀ ଙ୍କ ୨୩ ତାରିଖ ଐତିହ୍ୟ ପ୍ରକଳ୍ପ ଲୋକାର୍ପଣ ନେଇ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି
Reviewed by sakhigopal news
on
08:05
Rating: 5
