Breaking News

ଆମ ସଂସ୍କୃତି ଆମଖେଳନା ଉଦଯାପିତ




ଜଟଣୀ -  ସମଗ୍ର ଶିକ୍ଷା  ଖୋର୍ଦ୍ଧା ତରଫରୁ ଆଞ୍ଚଳିକ ସାଧନା କେନ୍ଦ୍ର ଦ୍ୱାରା "ଆମ ସଂସ୍କୃତି ଆମ ଖେଳନା 'ନାମକ "ଖେଳନା ପ୍ରସ୍ତୁତି କର୍ମଶାଳା ଦୁଇଦିନ ଧରି ହାଟବଜାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ବିଭିନ୍ନ ବିଶ୍ୱକର୍ମାଙ୍କ ଦ୍ୱାରା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା l ଏହି କର୍ମଶାଳାରେ କାଠ ବିଶ୍ୱକର୍ମା ସୁବାସ ମହାରଣା, ତାଳପତ୍ର ପ୍ରଶାନ୍ତ କୁମାର ନାୟକ, ପଥର ଶକୁନ୍ତଳା ନାୟକ, କାଗଜ ସୁଚିତ୍ରା ରାୟଙ୍କ ଦ୍ୱାରା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା l ତତ ସଙ୍ଗେ ସଙ୍ଗେ ଧାନ, ମାଟି, ପତ୍ର ଏବଂ ରଙ୍ଗ ମାନଙ୍କରେ ଖେଳନା ପ୍ରସ୍ତୁତ କରିବା ଶିଖିଥିଲେ l ଏହି କର୍ମଶାଳାରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମିଳିତ ଉଦ୍ୟମରେ ଶଗଡ଼, ଜଗନ୍ନାଥ ମୂର୍ତ୍ତି, ପଟ୍ଟଚିତ୍ର, ମାଟି ପାତ୍ର, ଫୁଲ କୁଣ୍ଡ, ଧାନ ଦ୍ୱାରା ପ୍ରସ୍ତୁତ ଜଗନ୍ନାଥ ମୁଖା, କାଗଜ ଫୁଲ ଏପରି ଅନେକ ସୁନ୍ଦର  ଖେଳନା ପ୍ରସ୍ତୁତ କରିଥିଲେ l ଏହାଦ୍ୱାରା ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କୁ ତାଲିମ ଦେଇ ଆମ ସଂସ୍କୃତି ଏବଂ ପରମ୍ପରା କୁ ବଞ୍ଚାଇ ରଖିବା ଏହା ଏକ ଛୋଟ ପ୍ରୟାସ l ଏହି ଶିବିରକୁ ବିଇଓ ରଶ୍ମିବାଳା ପରିଡା, ଏବିଓ ତଥା ବିଆରସିସି ପୂର୍ଣଚନ୍ଦ୍ର ବେହେରା, ଏବିଓ ବିଭୁତି ଭୂଷଣ ଜେନା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ସିଆରସିସି ମାନଗୋବିନ୍ଦ ସାହୁ, ପ୍ରଧାନ ଶିକ୍ଷୟତ୍ରୀ ମମତା ବେହେରା, ଧରିତ୍ରୀ ଜ୍ୟୋତିର୍ମୟୀ ନାୟକ ପ୍ରମୁଖ ଯୋଗ ଦେଇ କର୍ମଶାଳାକୁ ସୁନ୍ଦର ରୂପେ ସମ୍ପାଦନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ଜନସାଧାରଣ ସରକାରଙ୍କ ଏପରି ପ୍ରୟାସକୁ ଅନେକ ପ୍ରଶଂସା କରିଥିଲେ l
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୮/୨/୨୦୨୩---୯,୧୦ Sakhigopal News,28/2/2023

Blog Archive

Popular Posts