ବିଭିନ୍ନ ସ୍ଥାନରେ ନବ ନିର୍ମାଣ ବନ ସୁରକ୍ଷା ସମିତି ଗୃହ ଓ ରୋଜଗାର ବୁଦ୍ଧି ସୁବିଧା କେନ୍ଦ୍ର ଉଦଘାଟିତ
ଭଞ୍ଜନଗର-- ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ତାରାସିଂଙ୍ଗି ବନାଞ୍ଚଳ ଅଧୀନ ରେ ଥିବା ବଞ୍ଜରସାହି, ଆଦିବାସୀ କଲୋନୀ, ଇନ୍ଦିରା କଲୋନୀ, ମଣ୍ଡାପଥର, ମଳିକସାହି ଓ ଢଣାପାଜୁ, ନରାଗାଡୁ, ଘୋଗଡ଼, ତିରିଗୋଚ୍ଛା ବନସୁରକ୍ଷା ସମିତି ରେ ନବ ନିର୍ମିତ ବନ ସୁରକ୍ଷା ସମିତି ଗୃହ ଓ ରୋଜଗାର ବୃଦ୍ଧି ସୁବିଧା କେନ୍ଦ୍ର ଶୁଭ ଉଦଘାଟନ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା,ବନାଞ୍ଚଳ ଅଧିକାରୀ କୃତିବାସ କୁମାର, ବନପାଳ କଳାବଦନ ଦାସ, ମାନସରଞ୍ଜନ ପ୍ରଧାନ, ଅନୁପ ବିଷୋୟୀ, କୈଳାସ ନାୟକ, ବନରକ୍ଷୀ ଅଶୋକ କୁମାର ସେଠି, ଗନ୍ଧର୍ବ ସେନ ନାୟକ, ଟୁନା ମଲ୍ଲିକ, କିସାନ କୁମାର ମଲ୍ଲିକ,ବାସୁଦେବ ସେଠି,ରୁଢା ପଦର ସରପଞ୍ଚ, ଅବସର ପ୍ରାପ୍ତ ବନାଞ୍ଚଳ ଅଧିକାରୀ ବିଦ୍ୟାଧର ଯାନୀ,ସମାଜସେବୀ ତଥା ଅବୈତେନିକ ବନ୍ୟପ୍ରାଣୀ ତତ୍ୱାବଧାରକ ଶୂଳପାଣି ଶତପଥୀ, ଲୋକନାଥ ଆଚାର୍ଯ୍ୟ, SMS, ସଂଯୋଜକ, ସ୍ବାତି ଅନୁଷ୍ଠାନ ର କାର୍ଯ୍ୟକର୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ । ତାହା ସହିତ ବନାଗ୍ନି ପ୍ରଶମନ ସଚେତନତା, ନଗର ଭ୍ରମଣ ବର୍ତମାନ ଗ୍ରୀଷ୍ମ ଋତୁ ଆରମ୍ଭ ହେବା ଯୋଗଁ ଜଙ୍ଗଲ ରେ ବିଭିର୍ଣ୍ଣ ପ୍ରକାର ମାଧ୍ୟମରେ ନିଆଁ ଲାଗିବାର ସମ୍ଭାବନା ରହିଛି। ତେଣୁ ଜଙ୍ଗଲ ରେ କିପରି ନିଆଁ ନଲାଗିବ ସେ ବିଷୟରେ ସଚେତନ କରାଯାଇଥିଲା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୨/୨୦୨୩----୮,୧୦ Sakhigopal News,13/2/2023