Breaking News

ବିଷ ପିଇ ଯୁବତୀର ଆମ୍ରହତ୍ୟା



ଭଞ୍ଜନଗର -- ତାରସିଂ ଥାନା ଅନ୍ତର୍ଗତ ନୂଆଁ ଟାଙ୍ଗଣ ଗ୍ରାମରେ , ବିଷ ପିଇ ଯୁବତୀ ଙ୍କ ଆତ୍ମହତ୍ୟା କରିଥିବା ଜଣାପଡିଛି। ମିଟୁ ପାତ୍ରଙ୍କ ଜନୈକା ଝିଅ କିଟନାଷକ ବିଷ ପିଇ ଆମ୍ରହତ୍ୟା କରିଥିବା କୁହାଯାଇଛି । ସୂଚନା ପ୍ରକାରେ , ଆସନ୍ତା  ମାର୍ଚ୍ଚ ୯ ତାରିଖରେ , ସଂପୃକ୍ତ ଯୁବତୀ ଙ୍କ ବିବାହ ସ୍ଥିର ହୋଇସାରିଥିଲା । 
 ସୋମବାର ସକାଳୁ କୌଣସି କାରଣରୁ କିଟନାଷକ ବିଷ ପିଇ ଦେଇଥିଲେ  ।  ଘରେ ଅସୁସ୍ଥ ହେବାରୁ ,  ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ  ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।  ତାରସିଂ ପୋଲିସ ଖବର ପାଇ ଭଞ୍ଜନଗର ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ କରି ବ୍ୟବଛେଦ ପାଇଁ ପଠାଇଥିଲେ ।  ଏନେଇ ତାରସିଂ ଥାନା କେସ ନଂ ୪/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୨/୨୦୨୩----୯,୪୫ Sakhigopal News,27/2/2023

Blog Archive

Popular Posts