ଆଦିବାସୀ ମହାବିଦ୍ୟାଳୟର ୩୯ତମ ବାର୍ଷିକ ଉତ୍ସବ ପାଳିତ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ୩୯ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡଃ.ଅଚ୍ୟୁତ ସାମନ୍ତ ଯୋଗ ଦେଇ ମହାବିଦ୍ୟାଳୟ ର ଭିତ୍ତିଭୂମି ସଜାଡ଼ିବାକୁ ସାଂସଦ ପ୍ରତିଶ୍ରୁତି ଦେଇଛନ୍ତି । ସମ୍ମାନୀତ ଅତିଥି ଭାବେ ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ବିଧାୟକଙ୍କ ପ୍ରତିନିଧି ଅବନୀକାନ୍ତ ନାୟକ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ବିଶ୍ବରାଜ ପଣ୍ଡା ଯୋଗଦେଇ ଶିକ୍ଷାଦାନରେ ଅଧ୍ୟାପକଙ୍କ ଦାୟିତ୍ଵ ଓ ଶିକ୍ଷାର ଗୁରୁତ୍ୱ ସମ୍ବନ୍ଧରେ ଅଭିଭାଷଣ ରଖିଥିଲେ । ମୁଖ୍ୟ ଅତିଥି ମାନ୍ୟବର ସାଂସଦ ଡଃ.ଅଚ୍ୟୁତ ସାମନ୍ତ ଏହି ପୁରାତନ ମହାବିଦ୍ୟାଳୟର ପାରଦର୍ଶିତାକୁ ପ୍ରଶଂସା କରିବା ସହ ମହାବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍ ପାଇଁ ନିଜସ୍ବ ପାଣ୍ଠିରୁ ଯୁକ୍ତ ୨ ଓ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ପାଇଁ ୨୦ଟି କମ୍ପ୍ୟୁଟର ଯୋଗାଇ ଦେବା ସହ ମହାବିଦ୍ୟାଳୟର ଉନ୍ନତି ଦିଗରେ ଦୃଷ୍ଟି ଦେବେ ବୋଲି ନିଜ ଅଭିଭାଷଣ ମାଧ୍ୟମରେ ପ୍ରତିଶ୍ରୁତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ଙ୍କ ସଭାପତିତ୍ବ କରିଥିଲେ । ଅଧ୍ୟାପକ ତଥା ଉପସଭାପତି ଡଃ.ବିଭୁତି ଭୂଷଣ ଆଚାର୍ଯ୍ୟ ମହାବିଦ୍ୟାଳୟର ବିବରଣୀ ପାଠ କରିଥିଲେ । ମହାବିଦ୍ୟାଳୟରେ ଆୟୋଜିତ ବାର୍ଷିକ କ୍ରୀଡ଼ା ଓ ଅନ୍ୟାନ୍ୟ ବିଭାଗରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହା ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ପୁର୍ଣ୍ଣ ସହଯୋଗ କରିଥିଲେ । କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୪/୨/୨୦୨୩----୮,୪୫ Sakhigopal News,24/2/2023