Breaking News

ଗାଡି ଧକ୍କାରେ କଲେଜ ଛାତ୍ରୀ ଗୁରୁତର



ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ମନ୍ଦିର ବାଇପାସ ରାସ୍ତାର କୋଟଉପର ଲେବୁଲ କଂସି ରାସ୍ତା ପରେ ଥିବା ବୁଲାଣିରେ ଏକ ଟ୍ରାଭେରା ଗାଡି ଧକ୍କାରେ ଜଣେ କଲେଜ ଛାତ୍ରୀ ଗୁରୁତର ଭାବେ ଆହତ ହୋଇ କଟକ ମେଡିକାଲରେ ଚିକିତ୍ସା ହେଉଥିବା ଜଣାପଡିଛି । ସୁଚନା ଅନୁଯାୟୀ ଅଳଗୁମ ଗ୍ରାମ ପଞ୍ଚାୟତର ବାଟୁଳିପଡା ଗ୍ରାମର ଭିକାରୀ ପ୍ରଧାନଙ୍କ ଝିଅ ବିଷ୍ଣୁପିୟା ପ୍ରଧାନ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ଯୁକ୍ତ ଦୁଇ କଳା ବିଭାଗର ଛାତ୍ରୀ । କଲୋଜରୁ ସାଙ୍ଗଙ୍କ ସହିତ ନିଜ ସାଇକେଲରେ ଘରକୁ ଫେରୁଥିବା ସମୟରେ ଲେକୁଲକଂସି ପାର ହେବା ପରେ ବୁଲାଣି ନିକଟରେ ଟ୍ରାଭେରା ଗାଡିନଂ ଓଡି- ୧୩ ଡି, ୭୮୭୮ ପଛପଟୁ ଧକ୍କା ଦେଇଥିଲା ।ଯାହା ଫଳରେକି ଝିଅର ସାଇକେଲଟି ଗାଡିଲେ ଲାଗି ଯିବାରୁ ଗୋଡି ସିମେଣ୍ଟ ରାସ୍ତାରେ ଘୋଷାଡି ହେବା ସହ ଗୁରୁତର ହୋଇପଡିଛି । ସେହି ରାସ୍ତାରେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଯାଉଥିଲେ । ସେ ସଙ୍ଗେ ସଙ୍ଗେ ଝିଅଟିକୁ ପ୍ରାଥମିକ ଚିକିତ୍ସା ପାଇଁ ସାକ୍ଷୀଗୋପାଳ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ୬ନଂ ମେଡିକାଲକୁ ନିଆଯାଇଥିବା ଜଣାପଡିଛି । ପୋଲିସ ଗାଡିଟିକୁ ଜବତ କରି ଏକ ମାମଲା ରୁଜ କରିଥବା ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୨/୨୦୨୩----୯,୧୦   Sakhigopal News, 25/2/2023

Blog Archive

Popular Posts