Breaking News

ଚାଉଳ କାଟିବା କୁ ନେଇ କେନ୍ଦ୍ର ବିରୋଧ ରେ ବର୍ଷିଲା ବିଜେଡି

 
ବାଲିଗୁଡା ----କେନ୍ଦ୍ର ସରକାର ଙ୍କ ଚାଷୀ ମାରଣ ନୀତି ବିରୋଧ ରେ ବାଲିଗୁଡା ବିଜୁ ଜନତା ଦଳ ପକ୍ଷରୁ ବାଲିଗୁଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି l ବାଲିଗୁଡା ସାଂସଦ ପ୍ରତିନିଧି ତଥା ବ୍ଲକ ସଭାପତି ଟୁନା ଦାସ ଙ୍କ ନେତୃତ୍ୱ ରେ  ହଜାର ହଜାର ବିଜେଡି କର୍ମୀ ଆନ୍ଦୋଳନ କୁ ଓଲ୍ହାଇଛନ୍ତି l ବିଜେଡି ର ଏହି ବିକ୍ଷୋଭ ଓ ପ୍ରତିବାଦ ରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ବ୍ଲକ ଅଧ୍ୟକ୍ଷ ମିଶାବତୀ ମଳିକ, ଉପାଧ୍ୟାକ୍ଷା ନିକଜିନି ଦିଗାଲ ବାଲିଗୁଡା ଏନଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ଉପାଧ୍ୟକ୍ଷା ଶାନ୍ତି ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ଲୋକନାଥ ପାଢ଼ୀ,ବିଧାୟକ ପ୍ରତିନିଧି ଅବନୀ କାନ୍ତ ନାୟକ, କାଉନସିଲର ସମେତ ବିଭିନ୍ନ ପଂଚାୟତ ର ସରପଞ୍ଚ, ସମିତି ସଭ୍ୟ ଙ୍କ ସମେତ ବିଜେଡି କର୍ମୀ ସାମିଲ ହୋଇଥିଲେ l କେନ୍ଦ୍ର ଉଷୁନା ଚାଉଳ ରାଜ୍ୟ ରୁ ଉଠେଇବା ପରିମାଣ କମେଇବା ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ରେ ପାଞ୍ଚ କେଜି ଚାଉଳ କାଟିଦେବା ପ୍ରସଙ୍ଗରେ ବାଲିଗୁଡା ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ଓ ଗଣ ଧାରଣା ଦେଇଛି ବିଜେଡି l ଓଡିଶା ଏକ କୃଷି ପ୍ରାଧାନ୍ୟ ରାଜ୍ୟ ହୋଇଥିବା ବେଳେ ରାଜ୍ୟ ରୁ ଧାନ କିଣିବା ବାବଦରେ କୋଡିଏ ହଜାର କୋଟି ଟଙ୍କା କାଟ ଏବଂ ରାଜ୍ୟ  ରୁ ଚାଉଳ ଉଠେଇବା ରେ କେନ୍ଦ୍ର ସରକାର ଙ୍କ ଟାଳଟୁଳ ନୀତି ପ୍ରତିବାଦ ରେ ବାଲିଗୁଡା ବିଜୁ ଜନତା ଦଳ ପକ୍ଷରୁ ହଜାର ହଜାର ବିଜେଡି କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆନ୍ଦଳନ କୁ ଓଲ୍ହାଇଛନ୍ତି l ବାଲିଗୁଡା ବିଧାୟକ ଚକ୍ରମଣି କଂହର ଓ ବାଲିଗୁଡା ସାଂସଦ ପ୍ରତିନିଧି ତଥା ବ୍ଲକ ସଭାପତି ଟୁନା ଦାସ ଙ୍କ ନେତୃତ୍ୱ ରେ ବିଜେଡି ପକ୍ଷରୁ ବାଲିଗୁଡା ବିଡ଼ିଓ ଶଶାଙ୍କ ପାତ୍ର ଓ ଉପଜିଲ୍ଲାପାଳ ଙ୍କୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ଦାବିପତ୍ର ପ୍ରଦାନ କରାଯାଇଛି l
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୬/୨/୨୦୨୩----୯,୨୫ Sakhigopal News,16/2/2023

Blog Archive

Popular Posts