Breaking News

ଆଦର୍ଶ ଶିକ୍ଷୟିତ୍ରୀଙ୍କ ଏକାଦଶାହରେ ସୃତିଚାରଣ ସଭା



ଡେଲାଙ୍ଗ - ଡେଲାଙ୍ଗ କୋଠଵାଡ ଗ୍ରାମ ପଞ୍ଚାୟତ ଅଧୀନ ରାମଚନ୍ଦ୍ରପୁର ଗାଁର ଦିବଂଗତ ଶିକ୍ଷକ ବାଲୁଙ୍କେଶ୍ୱର ସାମନ୍ତରାୟଙ୍କ ପତ୍ନୀ ଶିକ୍ଷୟିତ୍ରୀ ଦ୍ରୌପଦୀ ମହାପାତ୍ରଙ୍କ ଏକାଦଶାହରେ ଏକ ସ୍ମୃତିଚାରଣ ସଭା ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମାଜସେବୀ, ସାହିତ୍ୟକ,କୃଷକ ନେତା, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ଜନପ୍ରତିନିଧି ତଥା କାଶୀନାଥ ମହାପାତ୍ର, ସନ୍ତୋଷ ମହାନ୍ତି, ପ୍ରଶାନ୍ତ ବିଶ୍ବାଳ, ପ୍ରଶାନ୍ତ ଦାସ,କୃଷକ ନେତା ଅଶୋକ ପ୍ରଧାନ,କିଷାନ୍ ପଟ୍ଟନାୟକ, ବଟକୃଷ୍ଣ ସ୍ବାଇଁ,  ପ୍ରସନ୍ନ ସାହୁ, ରବିନାରାୟଣ ସାମନ୍ତରାୟ, ସୂର୍ଯ୍ୟ ନାରାୟଣ ସାମନ୍ତରାୟ, ଛାତ୍ରୀ ଝରଣା ଦାସ, ଛାତ୍ର ରାଜକିଶୋର ସିଂ,ସୁବୋଦ ଛୋଟରାୟ, ଶିକ୍ଷକ ଅଭୟ ସାହୁ,ଟିକେଇ ଦଳାଇ ଯୋଗଦେଇ ସ୍ବର୍ଗତା ଶିକ୍ଷୟିତ୍ରୀଙ୍କ ଫଟୋ ଚିତ୍ରରେ ପୁଷ୍ପ ଧୂପ ପ୍ରଦାନ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ ‌। ଦିବଂଗତ ଶିକ୍ଷୟିତ୍ରୀ ଡେଲାଙ୍ଗ ବ୍ଲକ୍ ର ବିଭିନ୍ନ  ବିଦ୍ୟାଳୟରେ ନିଜର ନିଷ୍ଠାପର ଶିକ୍ଷାଦାନ, ସରଳ ନମ୍ର ଭାଵ, ଛାତ୍ରବତ୍ସଳ , ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମହଲରେ ଆଦରଣୀୟା ଥିଲେ। ପୁତ୍ର ବିଶ୍ବମ୍ବର ସାମନ୍ତରାୟ କନ୍ୟା ଦେବଯାନୀ,ଦେବଦର୍ଶିନୀ, ଦେବଦାସୀ ଓ ଜାମାତା ବନ୍ଧୁ ପରିଜନ ମାନେ ଏହି ଶ୍ରଦ୍ଧାଞ୍ଜଳି ସଭାରେ  ଯୋଗଦେଇଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୩/୨/୨୦୨୩----୮,୧୦ Sakhigopal News,13/2/2023

Blog Archive

Popular Posts